ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମାଜସେବୀ ତଥା ଆଦିତ୍ୟ ଦାସ ମୃତୁ୍ୟ ରହସ୍ୟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । ଏହି ମାମଲାର ଖିଅ ପାଇବାକୁ ଜିଆରପି ଖୋଳତାଡ଼ ଜାରି ରଖିଥିବା ବେଳେ ଆଜି ଆଉ ୨ଟି ଟ୍ରେନ୍ ଡ୍ରାଇଭରଙ୍କୁ ପଚାରାଉଚରା କରିଛି । ଏକ ପାର୍ସଲ ଟ୍ରେନ୍ ଓ ଏକ ମାଲଗାଡିର ଲୋକେ ପାଇଲଟଙ୍କୁ ପଚରାଉଚରା କରିଛି ଜିଆରପି । ଉଭୟ ଟ୍ରେନ୍ର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ମାତ୍ର ଘଟଣା ଦିନ ରାତି ଅଧିକ ହୋଇଥିବାରୁ କିଛି ଦେଖିପାରି ନଥିବା କହିଛନ୍ତି ଟ୍ରେନ୍ ଡ୍ରାଇଭର । ଆଦିତ୍ୟଙ୍କ ମୃତଦେହ ମିଳିଥିବା ଟ୍ରାକ୍ରେ ଏହି ୨ଟି ଟ୍ରେନ୍ ଯାଇଥିଲା । ଘଟଣା ଦିନ ରାତି ୧୦ଟା ପରେ ଉଭୟ ଟ୍ରେନ୍ ସେହି ଟ୍ରାକ୍ରେ ଯାଇଥିଲା । ଏହା ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ର ଲୋକେ ପାଇଲଟଙ୍କୁ ଜେରା କରିଥିଲା ଜିଆରପି ।ଏଠାରେ ସୂଚନାଯୋଗ୍ୟ, ଗତ ୭ ତାରିଖ ସକାଳେ ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନ୍ରୁ ଉଦ୍ଧାର କରାଯାଇଥିଲା । ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତୁ୍ୟର ତଦନ୍ତ ଜିଆରପି କରୁଥିବା ବେଳେ ଏହାର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ମାଗିଛନ୍ତି ଏନ୍ଏଚ୍ଆରସି । ପୋଲିସ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି ଏନ୍ଏଚ୍ଆରସି । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ସହ ଆଦିତ୍ୟଙ୍କ ମୃତୁ୍ୟ ନେଇ କ’ଣ କାର୍ଯ୍ୟାନୁÂାନ ନେଇଛନ୍ତି ଜଣାଇବାକୁ ମଧ୍ୟ ନିଦେ୍ର୍ଧଶନାମାରେ କୁହାଯାଇଛି ।
Comments are closed, but trackbacks and pingbacks are open.