ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା ସଂପନ୍ନ

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନୁ୍ୟଜ): ବଲାଙ୍ଗିର ଜିଲ୍ଲାରେ ଆଦିବାସୀଙ୍କର ପ୍ରସିଦ୍ଧ ପର୍ବ ଶୁଳିଆ ଯାତ୍ରା ମଙ୍ଗଳବାର ସଂପନ୍ନ ହୋଇଛି । ପୂର୍ବରୁ ମାନସିକ କରିଥିବା ଶ୍ରଦ୍ଧାଳୁମାନେ ଦେଓଗାଁ ବ୍ଲକର ଖଇରଗୁରାସ୍ଥିତ ବଡ଼ଖଳା ଓ କୁମୁରିଆ ସାନଖଳାରେ ବଳି ଚଢାଇଛନ୍ତି । ପୂର୍ବବର୍ଷ ଭଳି ଏଥର ଶ୍ରଦ୍ଧାଳୁଙ୍କର ବିଶେଷ ସମାଗମ ହୋଇନଥିଲେ ହେଁ ଦୂରଦୂରାନ୍ତରୁ ମାନସିକଧାରୀମାନେ ଯୋଗଦେଇଥିଲେ । ସୋମବାର ବିଳମ୍ବିତ ରାତିରେ ନିଶିପୂଜା ପରେ ଆଜି ସକାଳୁ ଆଦିବାସୀମାନେ ଏକ ଶୋଭାଯାତ୍ରାରେ ଆସି ଖଇରଗୁରାର ବଡଖଳା ଏବଂ କୁମୁରିଆର ସାନଖଳାରେ ବଳି ଦେଇଛନ୍ତି । କୋଭିଡ କଟକଣା ସତ୍ତେ୍ୱ ଆଦିବାସୀଙ୍କ ଧର୍ମୀୟ ଭାବନା ଓ ବିଶ୍ୱାସର ପ୍ରତୀକ ଶୁଳିଆ ଯାତ୍ରା ପାଳନ କରିଛନ୍ତି ।
ଯାତ୍ରା ପୂର୍ବରୁ ପ୍ରଶାସନ ପକ୍ଷରୁ ଶୁଲିଆ ଯାତ୍ରା କମିଟି ସହ ଆଲୋଚନା କରି ବିଭିନ୍ନ ପଦକ୍ଷେପ ନେଇଥାଏ । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଇନଥିଲା । ଫଳରେ ଯାତ୍ରାସ୍ଥଳରେ ସରକାରଙ୍କ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା । ଲୋକଙ୍କ ଭିଡ ଭିତରେ ସାମାଜିକ ଦୂରତ୍ୱ ପରିଚାଳନା ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଶୁଳିଆ ମଞ୍ଚ କମିଟି ସଭାପତି ମୟ ପ୍ରଧାନୀ ଓ ସଂପାଦକ ତପନ କୁଅଁରଙ୍କ ନେତୃତ୍ୱରେ ଆୟୋଜିତ ଯାତ୍ରାରେ କୋଭିଡ ସତ୍ତେ୍ୱ ଅସଂଖ୍ୟ ଲୋକଙ୍କ ସମାବେଶ ହୋଇଥିଲା । ଖଇରଗୁରା ବଡଖଳା ପୀଠରେ ମୁଖ୍ୟ ପୂଜକ ସୋମନାଥ ଦେହୁରିଆ ଏବଂ କୁମୁରିଆ ସାନଖଳାରେ ପୂଜକ ହରିହର ଝାଙ୍କର ସମେତ ଦେହୁରୀ ବିରଞ୍ଚି କୁଅଁର, ମଧୁବନ ଭୋଇ, ଜଗଦୀଶ କୁଅଁର, ଅନନ୍ତ ହେହୁରିଆ ପ୍ରମୁଖ ସହଯୋଗ କରିଥିଲେ ।
ଆଜି ସକାଳୁ ଆଦିବାସୀଙ୍କ ପୂଜକ ଶକ୍ତି ଧରି ବାଜାଗଜା, ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବଡଖଳା ଓ ସାନଖଳାକୁ ଆସିଥିଲେ । ପ୍ରଥମେ ସାତ୍ତ୍ୱିକ ପୂଜାର୍ଚ୍ଚନା ପରେ ବଳିପର୍ବ ଆରମ୍ଭ ହୋଇଥିଲା । ଏଠାକୁ ବଲାଙ୍ଗିର ସମେତ ବୌଦ୍ଧ, ସୋନପୁର, କଳାହାଣ୍ଡି, ବରଗଡ, ଛତିଶଗଡ ଓ ରାୟପୁରରୁ ବହୁ ଶ୍ରଦ୍ଧାଳୁ ଆସି ବଳି ଚଢାଇଥିଲେ । ଏହି ଅବସରରେ ଶୁଲିଆପୀଠକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ପ୍ରମୋଦ ବହିଦାର, ବ୍ଲକ ଯୁବ ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ସାହୁ, ବ୍ଲକ କଂଗ୍ରେସ ଯୁବନେତା ବିଶ୍ୱଜିତ ପାତ୍ର, କୁନା ସାହୁ, ସମୀର ସାହୁ ସମେତ ବହୁ ମାନ୍ୟଗଣ୍ୟ ବକ୍ତି ଉପସ୍ଥିତ ଥିଲେ । ଶୁଲିଆ ଯାତ୍ରାରେ ମାଜିଷ୍ଟେ୍ରଟ ଦାୟିତ୍ୱରେ ଦେଓଗାଁ ତହସିଲଦାର ନାରାୟଣ ସାହୁ ଖଇରଗୁରାର ବଡଖଳା, ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ସାନଖଳା ଏବଂ ଦୁଇଜଣ ଅଧିକାରୀ ବିନୋଦ କୁମାର ନାଏକ ଓ ପ୍ରଶାନ୍ତ ପଧାନ ଉପସ୍ଥିତ ଥିଲେ । ଯାତ୍ରାସ୍ଥଳରେ ଉପଜିଲ୍ଲାପାଳ ସୁଧାକର ନାଏକ ସମେତ ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ତତ୍ତ୍ୱାବଧାନରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ପାଇଁ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ସମେତ ଦୁଇଜଣ ଆଇଆଇସି, ୪ଜଣ ଏସଆଇ ସହ ପୁଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରିଥିଲେ ।
ସେହିପରି ଦେଓଗାଁ ବ୍ଲକର ଜରାସିଂହା, ଚନ୍ଦ୍ରପୁର, ବରକାନୀ, ସାରସବାହାଲ, ମହମ୍ମଦପୁର, ବଗଡା, ଘାଟୁଲ ଠାରେ ମଧ୍ୟ ଶୁଲିଆ ଯାତ୍ରା ଅନୁÂିତ ହୋଇଛି । ଚଳିତ ବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ବଳି ବନ୍ଦ ପାଇଁ କୌଣସି କଟକଣା ବା ଜନସଚେତନା ସୃଷ୍ଟି କରିନଥିବାରୁ ପୂର୍ବବତ ପଶୁପକ୍ଷୀ ବଳିପଡିବା ସହ ଆଦିବାସୀ ପରମ୍ପରାର ଧର୍ମିୟ ଭାବନା ଓ ବିଶ୍ୱାସ ଆଗରେ ପ୍ରଶାସନକୁ ହାର ମାନିବାକୁ ପଡିଛି । ଚଳିତ ବର୍ଷ କରୋନା ଭୟରେ ଅନ୍ୟବର୍ଷ ଅପେକ୍ଷା ମାନସିକଧାରୀଙ୍କ ଆଗମନ କମିଥିବା ବେଳେ ତଦନୁଯାୟୀ ପଶୁବଳି ମଧ୍ୟ କମିଥିବା ଲକ୍ଷ୍ୟ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons