
ବାଲେଶ୍ୱର,(ବି.ବ.ନୁ୍ୟଜ): କିଛି ଦିନର ବ୍ୟବଧାନରେ ପୁଣିଥରେ ଚାନ୍ଦିପୁର ନିକଟସ୍ଥ ନାଉପାଳଗଡ଼ି ଚର୍ଚ୍ଚାକୁ ଆସିଛି । ସେଠାରେ ଜଣେ ଟ୍ରଲର ମାଲିକଙ୍କୁ ନୃଶଂସ ଭାବେ ହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଭୁଲି ନ ଥିବାବେଳେ ଜଣେ ପୁନଶ୍ଚ ସେଠାରେ ଜଣେ ଆଦିବାସୀ ବିଧବା ମହିଳା ଗଣ ବଳାକ୍ରାରର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୀଡ଼ିତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗୁହାଳଡିହି ଅଞ୍ଚଳରେ । ଏହି ଘଟଣା ପରେ ପୁଲିସ୍ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।
ଖବର ମୁତାବକ, ପୀଡ଼ିତା ଜଣକ ପ୍ରାୟ ୩ ମାସ ପୂର୍ବରୁ ସେଠାକୁ କାମ କରିବାକୁ ଆସିଥିଲେ । ସେଠାରେ ଥିବା ଏକ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରେ ସେ କାମ କରୁଥିଲେ । ଗୁରୁବାର ଗତକାଲି କାମ ସାରି ସେ ଘରକୁ ଫେରିଥିଲେ । ରାତି ୮ରୁ ୯ଟା ଭିତରେ ୪ରୁ୫ ଜଣ ଲୋକ ତା ଘରେ ପଶିଥିଲେ । ପରେ ସେମାନେ ତାଙ୍କୁ ଜୋର ଜବରଦସ୍ତ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନକୁ ଟେକି ନେଇଥିଲେ । ପରେ ସେମାନେ ଜଣକ କରେ ଜଣେ ଗଣ ବଳା+ାର କରିଥିଲେ । ଘଟଣା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ପୀଡ଼ିତା ଜଣକ ଶୁକ୍ରବାର ସକାଳେ ସେଠାରେ ମୂମୁର୍ଷାବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏବେ ବି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍ବେଗଜନକ ରହିଛି । ଏନେଇ ଖବର ପ୍ରସାରିତ ହେବା ପରେ ସାମୁଦ୍ରିକ ଥାନାରେ କେସ୍ ନଂ ୪/୨୧ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ପୀଡ଼ିତାର ବୟାନ ରେକର୍ଡ କରିଛି । ପୀଡ଼ିତାଙ୍କ ଅଭିଯୋଗ, ନାଉପାଳ ଗଡ଼ିର କିଶୋର ମୁର୍ମୁ ଓରଫ ପଣ୍ଡା ତାଙ୍କୁ ଘରୁ ଟେକି ନେଇଥିଲେ । ସେ ପ୍ରଥମେ ବଳକ୍ରାର କରିଥିଲେ । ପରେ ଅନ୍ୟ ୩ଜଣ ବଳାକ୍ରାର କରିଥିଲେ । ଅନ୍ୟ ୩ଜଣଙ୍କୁ ପୀଡ଼ିତା ଜଣକ ଜାଣି ନ ଥିବା କହିଛନ୍ତି ।
ପୀଡ଼ିତାଙ୍କ ଅଭିଯୋଗକ୍ରମେ, ପୁଲିସ୍ ପଣ୍ଡା ମୁର୍ମୁକୁ ଥାନାରେ ଅଟକ ରଖିଛି । ଏହି ଘଟଣାରେ ଆଉ କିଏ ସବୁ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଚାଲିଛି । ଖୁବ୍ ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ବୋଲି ସାମୁଦ୍ରକି ଥାନା ଅଧିକାରୀ ଗୋପାଳ ସିଂ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.