ଆଦିବାସୀ ଯୁବତୀକୁ ଗଣବଳାକ୍ରାର, ୩ ଗିରଫ

Get real time updates directly on you device, subscribe now.

ଧାମରା, (ବି.ବି.ନୁ୍ୟଜ୍): ଜଣେ ଶ୍ରମଜୀବୀ ଆଦିବାସୀ ଯୁବତୀ ଗତ ୧୧ ତାରିଖ ସଂଧ୍ୟା ବେଳେ ଗଣବଳାକ୍ରାରର ଶିକାର ହୋଇଛନ୍ତି । ଏହି ଘଟଣାରେ ପୁଲିସ ସମ୍ପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମିତି ଲଜ୍ଜାଜନକ ଘଟଣା ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅନ୍ତର୍ଗତ କରଞ୍ଜମାଳ ପଞ୍ଚାୟତର ବଇଁଞ୍ଚା ଗାଁରେ ଘଟିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଇଞ୍ଚା ଗାଁର ଶରତ କୁମାର ସ୍ୱାଇଁ ଓରଫ ବାପି(୩୬), କୁଆମରା ଗାଁର ଦେବବ୍ରତ ଦାସ ଓରଫ ବାପୁଜୀ(୨୦) ଓ ଆଗରପଡ଼ା ଥାନା ଅନ୍ତର୍ଗତ ବଡ଼ସଡ଼ୁଆ ଗାଁର ସରୋଜ ବରାଳ ଓରଫ ତପନ(୨୪) । ଏଭଳି ଘଟଣାକୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଛି ।
ଚାନ୍ଦାବାଲି ବ୍ଲକ୍ ଅନ୍ତର୍ଗତ ମନ୍ତେଇ ନଦୀ ଆରପାରିରେ ଥିବା ବଇଁଞ୍ଚା ନିକଟରେ ମୟୂରଭଞ୍ଜରୁ ଆସି ଜନୈକ ଆଦିବାସୀ ପରିବାର ରହିଛନ୍ତି । ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ଗତ ୧୧ ତାରିଖ ସଂଧ୍ୟାରେ ଧାନକଟା କାମ ସାରି ଉକ୍ତ ପରିବାରର ଜଣେ ୧୯ ବର୍ଷିୟା ଯୁବତୀ ବାସସ୍ଥାନ ନିକଟ ପୋଖରୀ ନିକଟକୁ ଶୌଚ ହେବାକୁ ଯାଇଥିଲେ । ଏତିକିବେଳେ ଶରତ, ଦେବବ୍ରତ ଓ ସରୋଜ ମିଶି ସଂପୃକ୍ତ ଯୁବତୀଙ୍କୁ ଟେକି ନେଇ ପାଖରେ ଥିବା ଏକ କୁଡ଼ିଆ ଘରକୁ ନେଇ ବଳାକ୍ରାର କରିଥିଲେ । ଏହି ଘଟଣା କାହା ପାଖରେ କହିଲେ, ଜୀବନରୁ ମାରିଦେବାକୁ ସେମାନେ ଯୁବତୀଙ୍କୁ ଧମକ ଦେଇ ପଳାଇ ଯାଇଥିଲେ । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ପ୍ରଥମେ କରଞ୍ଜମାଳ ଫାଣ୍ଡି ଓ ପରେ ବାଂଶଡା ଥାନାରେ ଏତଲା ଦିଆଯାଇଥିଲା । ଏତଲା ଆଧାରରେ ଥାନା କେସ ନଂ. ୨୮୮/୧୯ ଦଫା ୩୭୬, ୩୪୧, ୩୨୩, ୨୯୪, ୫୧୧, ୫୦୬ ଓ ୩୪ ଆଇପିସି ମୂଳେ ମାମଲା ରୁଜୁ ହୋଇଛି । ଅଭିଯୋଗକ୍ରମେ ବାଂଶଡା ଥାନା ଅଧିକାରୀ କରୁଣାକର ରାଉତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଗତକାଲି ତନାଘନା କରିଥିଲେ । ବିଳମ୍ବିତ ରାତ୍ରିରେ ୩ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ଆଜି ଏହି ୩ ଜଣଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ୩ ଜଣଙ୍କୁ ଭଦ୍ରକ ଜେଲ୍ ଯିବାକୁ ପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons