ଆନନ୍ଦମୟ ପ୍ରେମ୍ ଆନନ୍ଦ

Get real time updates directly on you device, subscribe now.

୨୦୨୦ କରୋନା ବର୍ଷ ସମସ୍ତଙ୍କ ଭଳି ପ୍ରେମ୍ ଆନନ୍ଦଙ୍କ ପାଇଁ କଠିନ ନିଶ୍ଚୟ ଥିଲା ହେଲେ ସେ କଠିନତା ଭିତରେ ଆନନ୍ଦ ବି ଥିଲା । ଅନ୍ୟମାନଙ୍କ ପରି ସେ ବି କରୋନାରୁ ବାହାରିବାକୁ ବାଟ ଖୋଜିଥିଲେ । କରୋନା କାଳରେ ସଚେତନତା ସହ କିଛି ଲୋକଙ୍କୁ ସହାୟତାର ହାତ ବଢ଼ାଇବା ସହ ‘ପୁଣି ହସିବ ଓଡ଼ିଶା’ ସଙ୍ଗୀତ କରି ବେଶ୍ ଚର୍ଚ୍ଚା ସାଉଁଟିଥିଲି । କରୋନା କାଳରେ ଗୀତଟି ବହୁତ ଭାଇରାଲ୍ ହେବା ସହ ଟିକ୍ଟକ୍ ହୋଇଥିଲା । ଅଭିନେତ୍ରୀ ମହାଶ୍ୱେତା ଏହାକୁ ନେଇ ଯେଉଁ ଭିଡିଓ ନିଜ ୟୁଟୁ୍ୟବ୍ରେ ରିଲିଜ୍ କରିଥିଲେ, ସେଥିରେ ନଜର ଆସିଥିଲେ ହେମାମାଳିନୀ । ଏହାବାଦ୍ ଦୀର୍ଘ ୧୫-୨୦ ବର୍ଷ ପରେ ଗୀତ ପଟ୍ଟନାୟକଙ୍କ ସହିତ ମୁ୍ୟଜିକ୍ ସିଟିଂରେ ବସି ସଙ୍ଗୀତ ପ୍ରସ୍ତୁତ କରିଥିଲେ । ପ୍ରେମ୍ ଆନନ୍ଦଙ୍କ ପାଇଁ ଆଉ ଏକ ଖୁସି ଖବର ଥିଲା ୱିଙ୍କ୍ ମୁ୍ୟଜିକ୍ରେ ତାଙ୍କ ସଂଯୋଜିତ ୫୩ ହିଟ୍ ଗୀତ ଓଡ଼ିଆ ବିଭାଗରେ ‘ଗ୍ରେଟେଷ୍ଟ ହିଟ୍ସ ଅଫ୍ ପ୍ରେମ୍ ଆନନ୍ଦ’ରେ ସାମିଲ ହୋଇ ରେକର୍ଡ କରିଥିଲେ । ପରେ ସେ ଆଦିବାସୀ ସମ୍ପ୍ରଦାୟକୁ ନେଇ ସେ ‘ଏଠି ପବନ ଗାଏ ଗୀତ’ କରିଥିଲେ । ଯାହାକୁ ହଲିଉଡ୍ର ପ୍ରଯୋଜକ ତଥା ଅଭିନେତା ରିକ୍ ସେଗାଲ ଏବଂ ଅଭିନେତା ଓ କଣ୍ଠଶିଳ୍ପୀ କାର୍ବନ ମାଇଲ୍ସ ନିଜ ୟୁଟୁ୍ୟବ୍ରେ ପୋଷ୍ଟ କରି ପ୍ରଶଂସାରେ ପୋତି ପକାଇଥିଲେ । ଏଥିସହ ସୋସିଆଲ୍ ମିଡିଆରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ବନ୍ଧୁଗାଁ ବ୍ଲକ୍ ଚିନ୍ତାଗୁଡ଼ାର ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କୁ ନେଇ ଓଡ଼ିଆ ଓ କୁଇ ଭାଷାରେ ପ୍ରସ୍ତୁତ କରିଥିଲେ ଓଡ଼ିଆ ଭଜନ ‘ନିନୁନା ଜୀଉଁଛି ଜୀବନ’ । ଏ ଘଟଣାର ୨ମାସ ପରେ ୟୁଟୁ୍ୟବ୍ ସେନ୍ସେସନ୍ ତଥା ଖପର ଘରର ରାପର୍ ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି ଓରଫ୍ ଦୁଲେ ରାପର୍ଙ୍କୁ ନେଇ ଓଡ଼ିଆ ଚଳଚ୍ଚିତ୍ରର ଲାଗି ‘ଜିଓ ବାଲା ଆଣ୍ଟି’ ଗୀତ ରେକର୍ଡିଂ କରିଥିଲେ । ଏହିଭଳି ଗତବର୍ଷ ପ୍ରେମ୍ ଆନନ୍ଦଙ୍କ ଯାତ୍ରା ବେଶ୍ ଆନନ୍ଦମୟ ଓ ସ୍ମୃତିଭରା ଥିଲା । ଆଉ ଏ ବର୍ଷ ଆରମ୍ଭରୁ କିଛି କମ୍ ଚର୍ଚ୍ଚାରେ ନାହାନ୍ତି ପ୍ରେମ୍ ଆନନ୍ଦ । ନୂଆବର୍ଷକୁ ସ୍ୱାଗତ କରି ବଣଭୋଜି ଅବସରରେ ନଦୀ ପଠାରେ, ଖୋଲା ଆକାଶ ତଳେ କଲେ ଗୀତ ସଂଯୋଜନା ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ । ସେଇଠି ବିଶିଷ୍ଟ ଗୀତିକାର ବସନ୍ତରାଜ ସାମଲ ଏହାକୁ ଲେଖିଲେ ଆଉ ସେ ତାକୁ ସ୍ୱର ଦେଇ ଓଡ଼ିଶାର ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଗାଇଲେ । ଗୀତଟି ଉକ୍ରଳ ଦିବସରେ ରାଜ୍ୟଭବନରେ ରିଲିଜ୍ ହୋଇଛି । ବଡ଼ କଥା ଏଥିରେ ରାଜ୍ୟପାଳ ଗାଇଛନ୍ତି ଆଉ ମୁଖ୍ୟମନ୍ତ୍ରୀ ଭଏସ୍ ଦେଇଛନ୍ତି । ବହୁ ବଡ଼ ବଡ଼ ତାରକାଙ୍କୁ ଭିଡିଓରେ ଦେଖିବାକୁ ମିଳିଛି । ଏହାର ନିଦେ୍ର୍ଧଶନା ଦେଇଛନ୍ତି ଜୟା ବିଶ୍ୱାସ । ଏହା ପୂର୍ବରୁ ପ୍ରେମ୍ ଆନନ୍ଦ ଅଭିନେତ୍ରୀ ବର୍ଷାଙ୍କ ସହ ମିଶି ଓଡ଼ିଶାର ଆଉ ଜଣେ ସାଲବେଗ ଭାବେ ପରିଚିତ କଟକ ପ୍ରହରାଜପୁରର ଦୃଷ୍ଟିହୀନ କଣ୍ଠଶିଳ୍ପୀ ଅବଦୁଲ୍ ସମାଦ୍ ନିଜାମି(ସାମ୍ ସାର୍)ଙ୍କୁ ନେଇ ଭଜନ ରେକର୍ଡିଂ କରିଥିଲେ । ପ୍ରଥମ ଥର ତାଙ୍କୁ ଷ୍ଟୁଡିଓରେ ଗାଇବାର ସୁଯୋଗ ଦେଇଥିଲେ । ଏହିଭଳି ଭାବେ ଆନନ୍ଦ ବାଣ୍ଟି, ସଫଳତା ସାଉଁଟି ଚାଲିଛନ୍ତି ଆନନ୍ଦମୟ ପ୍ରେମ୍ ଆନନ୍ଦ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons