ଆନେ୍ଦାଳନରତ ଚାଷୀଙ୍କୁ ତୋମାରଙ୍କ ଅପିଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ କୃଷି ସଂସ୍କାର ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଷୀମାନେ ଚଳାଇଥିବା ଆନେ୍ଦାଳନ ଅଷ୍ଟମ ମାସରେ ପହଞ୍ଚôଛି । ସେପଟେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କୁ ଆନେ୍ଦାଳନ ଶେଷ କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ସରକାର ସେମାନଙ୍କ ସହିତ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ତେଣୁ ସେମାନେ ଆଲୋଚନାକୁ ଆସିବା ସହ ଆନେ୍ଦାଳନ ଶେଷ କରନ୍ତୁ । ଗତବର୍ଷ ନଭେମ୍ବର ମାସରୁ ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶର ଚାଷୀମାନେ ଦିଲ୍ଲୀ ସୀମାରେ ଧାରଣାରେ ବସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ସେମାନଙ୍କର ୧୧ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି । ଗତ ଜାନୁଆରୀ ୨୬ରେ ଚାଷୀମାନେ ଟ୍ରାକ୍ଟର ର୍ୟାଲି କରିଥିଲେ । ସେତେବେଳେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons