ସମ୍ବଲପୁର,(ବି.ବି.ନୁ୍ୟଜ୍): ଚାରମାଳ ଥାନା ପୁଲିସ୍ ଏବଂ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଭାବେ ଚଢାଉ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ସକ୍ରିୟ ଥିବା ଆନ୍ତଃଜିଲ୍ଲା ହାଇୱେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଧାଫାଶ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ସ୍ଥାନୀୟ ଚାରମାଳ ଥାନା ଅନ୍ତର୍ଗତ ବଡଖୋଲ ଅଞ୍ଚଳର ସୁରେଶ ଦେହୁରୀ, ଜନଖରେଇ ଅଞ୍ଚଳର ରମାକାନ୍ତ ବାଦୀ (୨୭),ସୋନପୁର ଅଞ୍ଚଳର ରସାନନ୍ଦ କୁମ୍ଭାର(୩୦), ବବୁଲ ବେହେରା (୪୦) ଏବଂ ସମ୍ବଲପୁର ରେଳୱେ କଲୋନୀ ଅଞ୍ଚଳର ଶୈଳେନ୍ଦ୍ର କୁମାର ବେହେରା (୪୨) । ସେମାନଙ୍କ ନାଁ ରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଏକାଧିକ ହାଇୱେ ଲୁଟ୍ ମାମାଲ ଥିବା ବେଳେ ଗତ କଛି ଦିନ ତଳେ ହୋଇଥିବା ଭରତପୁର ରାମେଶ୍ୱର ଶିବ ମନ୍ଦିର ଚୋରିରେ ଏମାନଙ୍କ ସଂପୃକ୍ତି ରହିଛି । ଲୁଟ୍ରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଡକାୟତ ଫେରାର ଥିବା ବେଳେ ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ପି କନୱର ବିଶାଲ ସିଂହ ।
ସୂଚନା ଅନୁସାରେ ଗତ ଗୁରୁବାର ଦିନ ବିଳମ୍ବିତ ରାତିରେ ଚାରମାଳ ଥାନା ଅନ୍ତର୍ଗତ ଭାରତ ଫାଇନାସ୍ ଲିମିଟେଡ୍ର ଦୁଇ ଜଣ କର୍ମଚାରୀ ଏକ ମୋଟରସାଇକେଲ୍ ଯୋଗେ ବାନେ୍ଦାଲ ଏବଂ ଭରପୁର ଅଞ୍ଚଳରୁ ପଇସା ଆଦାୟ କରି ଫେରୁଥିଲେ । ତେବେ ବିଶ୍ୱନାଥପୁର ଜଙ୍ଗଲ ନିକଟରେ ୫ରୁ୭ ଜଣ ଶସସ୍ତ୍ର ଡକାୟତ ତାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ପାଖରେ ଥିବା ୨୪,୫୧୭ ଟଙ୍କା ଲୁଟ୍ କରିନେଇଥିଲେ । ଏନେଇ ଫାଇନାସ୍ କମ୍ପାନୀର ଫିଲ୍ଡ ଅଫିସର କାର୍ତ୍ତିକ ଶିଖା ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ସମ୍ବଲପୁର ଏସ୍ପି ଶ୍ରୀ ସିଂହ ଗୁରୁତର ସହ ନେଇ ଚାରମାଳ ଥାନା ଆଇଆଇସି ବିକେ ଭୋଇଏବଂ ସ୍ପେଶାଲ ସ୍କ୍ୱାର୍ଡକୁ ନେଇ ଏକ ଟିମ୍ ଗଠନ କରିଥିଲେ । ପରେ ଆରମ୍ଭ ହୋଥିଲା ଅଭିଯାନ ହାଇୱେ ଲୁଟେରା । ପୁଲିସ୍ ପ୍ରଥମେ ଏଥିରେ ସଂପୃକ୍ତ ମାଷ୍ଟରମାଇଣ୍ଡ ସୁରେଶ ଦେହୁରୀକୁ ଚଢାଉ କରି ଗିରଫ କରିଥିଲା । ପରେ ଖୋଲିଥିଲା ସଂମ୍ପୁର୍ଣ୍ଣ ଗୁମର । ସୁରେଶ ତାର କିଛି ସହଯୋଗୀକୁ ନେଇ ଏକ ଗ୍ୟାଙ୍ଗ୍ ତିଆରି କରିଥିଲା । ଆଉ ଏମାନଙ୍କ ଟାର୍ଗେଟରେ ଥିଲେ ହାଇୱେ ପଥଚାରୀ । ବୌଦ୍ଧ ଏବଂ ବଲାଙ୍ଗୀର ଜାତୀୟ ରାଜପଥରେ ଥିଲା ଏମାନଙ୍କ ମୁଖ୍ୟ ଟାର୍ଗେଟରେ । ପ୍ରଥମେ କିଛି ନିର୍ଦ୍ଧିଷ୍ଟ ଜାଗାରେ ଏମାନେ ଟାଗେର୍ଟ କରିବା ସହ ଟ୍ରକ ଏବଂ ବାଇକ୍ ଚାଳକଙ୍କ ପାଖରୁ ଲୁଟ୍ କରିଥାନ୍ତି । ଆଉ ସେଠୁ ଫେରାର ମାରିଥାନ୍ତି । ତେବେ ଗତ କିଛିଦିନ ତଳେ ସ୍ଥାନୀୟ ଭରତପୁର ମନ୍ଦିର ଭିତରେ ପଶି ଏମାନେ ମନ୍ଦିରର ବିଭିନ୍ନ ଆସବାବପତ୍ର ଚୋରି କରିନେଇଥିଲେ । ଏମାନଙ୍କ ନାଁରେ ସମ୍ବଲପୁର,ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଥାନାର ଏକାଧିକ ମାମଲା ରହିଛି । ପୁଲିସ୍ ସେମାନଙ୍କ ପାଖରୁ ମୋବାଇ୍ଲ ୍ଫୋନ,ଟାବ୍ ,ମାରଣାସ୍ତ୍ର, ଗୋଟିଏ ବାଇକ୍ (ଓଆର-୦୩-ଇ-୮୫୦୧) ଏବଂ ମନ୍ଦିରରୁ ଚୋରି ବିଭିନ୍ନ ସାମଗ୍ରୀ ଜବତ କରିଛି । ତେବେ ଡକାୟତିରେ ସଂପୃକ୍ତ ଅନ୍ୟ ୨ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ଗିରଫ ପାଇଁ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଛି ବୋଲି ଏସପି ଶ୍ରୀ ସିଂହ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.