ଆନ୍ଧ୍ରରେ ଦାଦନ ଶ୍ରମିକଙ୍କ ମୃତୁ୍ୟ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ରେଳଧାରଣା ନିକଟରୁ ଉଦ୍ଧାର ହୋଇଛି ତାଙ୍କ ଶବ । ମୃତ ଯୁବକଙ୍କ ନାଁ ରବି ଗୌଡ(୨୫) । ଘର ନବରଙ୍ଗପୁର ସହରର ମଙ୍ଗରାଜ ସାହିରେ । ତାଙ୍କ ମୃତୁ୍ୟ ଖବର ଏଠାରେ ପହଞ୍ଚିବା ପରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ରବିଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନେ୍ଦହ କରୁଛନ୍ତି । ଏହାର ନିରପେକ୍ଷ ତଦନ୍ତ ଲାଗି ଆନ୍ଧ୍ର ପୁଲିସ୍ ନିକଟରେ ନିବେଦନ କରିଛନ୍ତି ।
ସୂଚନାଥାଉକି, ୨ ମାସ ତଳେ ରବି କାମ କରିବାକୁ ଆନ୍ଧ୍ର ଯାଇଥିଲେ । ଗୋଦାବରୀ ଜିଲ୍ଲା ତୁନୁକ୍ ଗାଁର ଏକ ଚିଙ୍ଗୁଡି କାରଖାନାରେ କାମ କରୁଥିଲେ । ସୋମବାର ତାଙ୍କ ମୃତଦେହ ରେଳଧାରଣା ନିକଟରେ ଉଦ୍ଧାର କରିଥିଲା ପୁଲିସ୍ । ଗରିବ ପରିବାର ହୋଇଥିବାରୁ ଶବ ଗାଁକୁ ଅଣାଯାଇ ପାରିନଥିଲା । ସେଠାରେ ହିଁ ଦାହ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons