ଆନ୍ଧ୍ରରେ ୬ ଦାଦନ ଜୀବନ୍ତ ଦଗ୍ଧ

Get real time updates directly on you device, subscribe now.

ରାୟଗଡ଼ା: କରୋନା କାଳରେ ପେଟପାଟଣା ପାଇଁ ଆନ୍ଧ୍ର ଯାଇଥିଲେ । ସେଠାରେ ଘଟିଛି ବଡ଼ଧରଣର ଅଘଟଣ । ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ୩ ନାବାଳକଙ୍କ ସହ ୬ ଜଣ ଦାଦନ ଶ୍ରମିକ । ସେମାନଙ୍କ ମଧ୍ୟରେ ଅଛନ୍ତି ୫ ଜଣ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ଏବଂ ଅନ୍ୟଜଣେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର । ମୃତକମାନେ ହେଲେ ଗୁଣପୁର ମୋତିଲାଲନଗର ଅଞ୍ଚଳର ନବୀନ ଶବର(୨୩), ଫୁଲପୁଟି ଗାଁର ପାଣ୍ଡବ ଶବର(୧୭), ମୋହନ ଶବର(୧୫), କରୁଣାକର ଶବର(୧୪), ଝୁମ୍ପାପୁର ଗାଁର ରାମମୂର୍ତ୍ତି ଗମାଙ୍ଗ(୨୨) ଏବଂ ଗଜପତି ଜିଲ୍ଲା ସାନତିଲି ଗାଁର ମହେନ୍ଦ୍ର ଶବର(୨୨) । ଏହି ଖବର ପହଞ୍ଚିବା ପରେ ଉଭୟ ଜିଲ୍ଲାରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ କ୍ରମେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଏବଂ ଛାତ୍ର ବିଜେଡି ଜିଲ୍ଲା ବିଜେଡି ସଭାପତି ପିଙ୍କୁ ପଣ୍ଡା ଆନ୍ଧ୍ରର ଗୁଣ୍ଟୁର ଅଭିମୁଖେ ଯାତ୍ରା କରିଥିବା କହିଛନ୍ତି । ଶବ ବ୍ୟବଚ୍ଛେଦ ଲାଗି ମୃତକଙ୍କ ପରିବାର ଲୋକେ ମଧ୍ୟ ଗୁଣ୍ଟୁର ଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ୨ ମାସ ତଳେ ଉପରୋକ୍ତ ୬ ଦାଦନ ଶ୍ରମିକ ଚିଙ୍ଗୁଡ଼ି ଉପôାଦନ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଆନ୍ଧ୍ରର ଗୁଣ୍ଟୁର ଯାଇଥିଲେ । ଲାଙ୍କାଭାନିଡିବା ଅଞ୍ଚଳରେ ଥିବା ଡିଏଲ୍ଇ ଆକ୍ୱା ଫାର୍ମ ନାମକ ଚିଙ୍ଗୁଡ଼ି ଉପôାଦନ କମ୍ପାନିରେ କାମ କରୁଥିଲେ । ଗୁରୁବାର ରାତିରେ ଖାଇସାରି ଅସ୍ଥାୟୀ ଶ୍ରମିକ କ୍ୟାମ୍ପକୁ ଶୋଇବାକୁ ଯାଇଥିଲେ । ବିଳମ୍ବିତ ରାତିରେ ବର୍ଷା ହେବାରୁ ଥ୍ରୀ ଫେଜ୍ ଲାଇନ୍ ଦେଇ କୁଆଡେ଼ ଟିଣଘର ଭିତରକୁ ପାଣି ପଶିଥିଲା । ଏଥିଯୋଗୁ ବିଦୁ୍ୟତ୍ ସଟ୍ସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା । ଶୋଇଥିବା ଅବସ୍ଥାରେ ୬ଜଣ ଯାକ ଜିଅନ୍ତା ଜଳି ଯାଇଥିଲେ । ଅଗ୍ନିକାଣ୍ଡ ସମ୍ପର୍କରେ ଖବରପାଇ ସେଠାରେ ପହଞ୍ଚିଥିଲା ଦମକଳ ବାହିନୀ । ନିଆଁକୁ ଆୟତ୍ତ କରିବା ପରେ ସମସ୍ତ ୬ ଜଣଙ୍କ ଶରୀର ପୋଡିÿ ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ପୁଲିସ୍ ପହଞ୍ଚି ଶବଗୁଡ଼ିକୁ ଉଦ୍ଧାର କରି ଗୁଣ୍ଟୁର ମେଡିକାଲ୍ ପଠାଇଥିଲା । ସେଠାରେ ଆଜି ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି । ପରିବାର ଲୋକେ ପହଞ୍ଚିବା ପରେ ଶବ ହସ୍ତାନ୍ତର କରାଯିବ ।
ଦୁଃଖର ବିଷୟ, ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ନାବାଳକ । ସେମାନଙ୍କ ଏଭଳି ମୃତୁ୍ୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ପରିତାପର ବିଷୟ, ଏତେବଡ଼ ଅଘଟଣ ପରେ ବି ଜିଲ୍ଲା ଶ୍ରମ ବିଭାଗ ନିକଟରେ ଆଜି କୌଣସି ସୂଚନା ନଥିଲା । ଗଣମାଧ୍ୟମ ପ୍ରତିନିଧିମାନେ ଜଣାଇବା ପରେ ଜିଲ୍ଲା ଶ୍ରମ ଅଧିକାରୀ ଯଶ୍ମିନ ଶୁଭଦର୍ଶନୀ ସାହୁ ଏ ସମ୍ପର୍କରେ ଅବଗତ ହୋଇଥିଲେ । ଘଟଣାର ଅନୁଧ୍ୟାନ ପାଇଁ ଅତିରିକ୍ତ ଶ୍ରମ ଅଧିକାରୀ ସ୍ୱାତିଲଗ୍ନା ପାଦ୍ରାଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ । ଆନ୍ଧ୍ର ଶ୍ରମ ବିଭାଗ ସହ ଯୋଗାଯୋଗ କରାଯାଇ ଆଗାମୀ ପଦକ୍ଷେପ ନିଆଯିବ । ତେବେ ପ୍ରଶ୍ନ ଉଠୁଛି, କରୋନା ସମୟରେ ଏହି ଯୁବ ଶ୍ରମିକମାନେ ଦାଦନ ଖଟିବାକୁ ପଡେ଼ାଶୀ ଆନ୍ଧ୍ରପ୍ରଦେଶକୁ ଗଲେ କେମିତି । ଏହାର ନିରପେକ୍ଷ ତଦନ୍ତ ହେବା ଦରକାର । ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ଶିଶୁ ଶ୍ରମିକ ପେଟପାଟଣା ପାଇଁ ଦାଦନ ଖଟିବାକୁ ଗଲେ, ତାହାର ମଧ୍ୟ ଖୋଳତାଡ଼ ହେବା ଆବଶ୍ୟକ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons