ଆନ୍ଧ୍ର ପୁଲିସ ନିକଟରେ ମାଓନେତା କ୍ରିଷ୍ଣାର ଆତ୍ମସମର୍ପଣ

Get real time updates directly on you device, subscribe now.

ମାଲକାନଗିରି, (ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର. ଭିନିଲକ୍ରିଷ୍ଣାଙ୍କୁ ଅପହରଣ କରିଥିବା ମାଓବାଦୀ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ମାଓ ସଂପାଦକ ଏମ. ଜଳନ୍ଧର ରେଡି ଓରଫ କ୍ରିଷ୍ଣା ଆଜି ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଗତ ୨୦୧୧ ମସିହା ଫେବୃଆରୀ ମାସ ୧୬ତାରିଖରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଭିନିଲକ୍ରିଷ୍ଣା ବିଚ୍ଛିନ୍ନାଞ୍ଚଳ ମାଓ ପ୍ରବଣ ବଡପଡା ଅଚଂଳରେ ଏକ ଜନସଂପର୍କ ଶିବିରରେ ଯୋଗ ଦେଇଥିଲେ । ସେଠାରୁ କିଛି ମାଓବାଦୀ ତାଙ୍କୁ ଓ ଅନ୍ୟ ଜଣେ କନିÂ ଯନ୍ତ୍ରୀଙ୍କୁ ଅପହରଣ କରିନେଇ ମୁଣ୍ଡ ଜାମିନରେ ରଖି ସରକାରଙ୍କ ସହିତ ସେମାନଙ୍କ ୧୫ଟି ଦାବି ପୂରଣ ପାଇଁ ପ୍ରସ୍ତାବ ପଠାଇଥିଲେ । ୮ଦିନ ମାଓ କ୍ୟମ୍ପରେ ଜିଲ୍ଲାପାଳ ରହିବାପରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟସ୍ଥତାରେ ମାଓବାଦୀମାନେ ତାଙ୍କୁ ମୁକ୍ତ କରିଥିଲେ । ତାଙ୍କୁ ଅପହରଣ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ଏଓବି ମାଓନେତା କ୍ରିଷ୍ଣାଙ୍କ ମୁଣ୍ଡ ଉପରେ ସରକାରଙ୍କ ପକ୍ଷରୁ ୩୦ ଲକ୍ଷଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ଆଜି ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛି । ଆନ୍ଧ୍ର ପୁଲିସ ପକ୍ଷରୁ ମାଓନେତା କ୍ରିଷ୍ଣାକୁ ୨୦ଲକ୍ଷ ଟଙ୍କା ଆର୍ଥିକ ସହୟାତା ସହ ଘର ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ମାଲକାନଗିରି ଜିଲ୍ଲାରେ ଅନେକ ମାଓ ହିଂସାକାଣ୍ଡର କେସ ଥିବାରୁ ତାକୁ ମାଲକାନଗିରି ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିବାର ବହୁତ ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons