ଅନୁଗୁଳ: ଆପେଆପେ ଗଡ଼ିଲା ବଗି ! କଥାଟା ଶୁଣିକି ବିଶ୍ୱାସ ହେଉ ନଥିଲେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ରେଲ୍ୱେ ଷ୍ଟେସନରେ। ଗତ ୫ ତାରିଖରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ୫ ତାରିଖ ଦିନ ଏକ ମାଲ୍ବାହୀ ଟ୍ରେନ୍ର ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଫଳରେ ଟ୍ରେନ୍ଟିର ବଗିକୁ ଅନ୍ୟ ଟ୍ରାକ୍ରେ ରଖାଯାଇ ଏହାର କାମ ଚାଲିଥିଲା। ହେଲେ ହଠାତ୍ ବଗିଟି ଷ୍ଟେସନ୍ ଆଡ଼କୁ ଗଡ଼ି ଆସିଥିଲା। ବଗିଟି ପ୍ରାୟ ୨୦୦ ମିଟର ଗଡ଼ି ଯାଉଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବଗିଟି ଗଡ଼ି ଯାଉଥିବା ଦେଖି ତତ୍କ୍ଷଣାତ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ଏହାକୁ ଅଟକାଇବା ପାଇଁ ଉଦ୍ୟମ କରୁଥିବା ଦୃଶ୍ୟ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଶେଷରେ ବଗିର ଆଗରେ ବାଧା ଦିଆଯାଇ ଏହାକୁ ଅଟକା ଯାଇଥିଲା।


Comments are closed, but trackbacks and pingbacks are open.