ଆଫୋର୍ଡର ପ୍ରତିଷ୍ଠା ଦିବସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶା ରିଅଲ ଇଷ୍ଟେଟ ଡେଭେଲପର୍ସ ସଂଘ(ଆଫୋର୍ଡ)ର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆରମ୍ଭ ହେବା ପରଠାରୁ ଆଫୋର୍ଡ ରିଅଲ ଇଷ୍ଟେଟ୍ ଶିଳ୍ପ କ୍ଷେତ୍ରର ସମସ୍ୟାକୁ ନିୟମିତ ବ୍ୟବଧାନରେ ସାମ୍ନାକୁ ଆଣି ଏହାର ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭୁବନେଶ୍ୱର ତଥା ଏହା ଆଖପାଖ ଅଞ୍ଚଳରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଥିବା ଚ୍ୟାଲେଞ୍ଜ୍ଗୁଡିକ ଉପରେ ଆଫୋର୍ଡ ପକ୍ଷରୁ ଅନେକ କର୍ମଶାଳାର ଆୟୋଜନ କରାଯାଇଛି । ପ୍ରପର୍ଟି ଏକ୍ସପୋଗୁଡିକର ଆୟୋଜନ କରି ଏହା ଆର୍ଥିକ ପ୍ରତିଷ୍ଠାନ, ଉତ୍ପାଦ ନିର୍ମାତା ଏବଂ ଗ୍ରାହକ ଆଦି ସମସ୍ତ ଅଂଶୀଦାରଙ୍କୁ ଏକତ୍ର କରିଛି । ପ୍ରତିଷ୍ଠା ଦିବସ ଅବସରରେ ଆଫୋର୍ଡର ସଭାପତି ନିଶିଥ ରଞ୍ଜନ ନନ୍ଦ କହିଛନ୍ତି ଯେ, ଆଫୋର୍ଡର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହାସଲ ଦିଗରେ ଆମେ କାର୍ଯ୍ୟ ଜାରି ରଖିବୁ । ରିଅଲ ଇଷ୍ଟେଟ୍ ଶିଳ୍ପ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଦେବା ଆମ ଲକ୍ଷ୍ୟ । ଆଫୋର୍ଡର ଉପ-ସଭାପତି ଅଂଶୁମାନ ଦାସ ଏବଂ ସମ୍ଭୁନାଥ ପତି, ସାଧାରଣ ସମ୍ପାଦକ ଦେବକାନ୍ତ ପ;ନାୟକ, ଯୁଗ୍ମ ସମ୍ପାଦକ ସୁଭେନ୍ଦୁ ତ୍ରିପାଠି ଓ ବିଜୟ କେତନ ମିଶ୍ର, ଟ୍ରେଜରର ଅଭୟ କୁମାର ସ୍ୱାଇଁ ଏବଂ ଉପଦେଷ୍ଟା ବିଭୂତି ଭୂଷଣ ପାତ୍ର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons