ଆମେରିକାକୁ ଚତୁର୍ଥ ବିଶ୍ୱ ଟାଇଟଲ୍

Get real time updates directly on you device, subscribe now.

ପ୍ୟାରିସ: ଡିଫେଣ୍ଡିଂ ଚାମ୍ପିଅନ ଆମେରିକା ମହିଳା ବିଶ୍ୱ ଚାମ୍ପିଅନ ଟ୍ରଫି ବଜାୟ ରଖିଛି । ଫାଇନାଲ ମ୍ୟାଚ୍ରେ ଦଳ ୨-୦ ଗୋଲରେ ନେଦରଲାଣ୍ଡସକୁ ପରାଜିତ କରିଛି । ଏଥିସହ ଆମେରିକା ସର୍ବାଧିକ ଚତୁର୍ଥ ଥର ବିଶ୍ୱ ଚାମ୍ପିଅନ ହେବାର ଗୌରବ ହାସଲ କରିଛି ।
ପୂର୍ବରୁ ଆମେରିକା ୧୯୯୧, ୧୯୯୯, ୨୦୧୫ ରେ ଚାମ୍ପିଅନ ହୋଇଥିଲା । ଫାଇନାଲ ମ୍ୟାଚ୍ର ପ୍ରଥମାର୍ଦ୍ଧ ପ୍ରବଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତେଣୁ ମ୍ୟାଚ୍ ଗୋଲଶୂନ୍ୟ ରହିଥିଲା । ମାତ୍ର ଦ୍ୱିତୀୟାର୍ଦ୍ଧରେ ଆମେରିକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । ୬୧ତମ ମିନିଟ୍ରେ ଏକ ପେନାଲ୍ଟିକୁ ଅତି ଚମକ୍ରାର ଭାବେ ଗୋଲ ରୂପ ଦେଇଥିଲେ ଆମେରିକାର ମେଗାନ ଆନ ରାପିନୋଏ । ପୁଣି ୬୯ତମ ମିନିଟ୍ରେ ରୋସେମରୀ କାଥଲିନ ଲାଭେଲେ ଏକ ଫିଲ୍ଡ ଗୋଲ୍ ସହ ଦଳକୁ ୨-୦ ଗୋଲରେ ଆଗୁଆ କରାଇଥିଲେ । ନେଦରଲାଣ୍ଡସ ମ୍ୟାଚ୍ ପ୍ରତ୍ୟାବର୍ତ୍ତନ କରିବା ନେଇ ବହୁ ପ୍ରୟାସ କରିଥିଲା, ହେଲେ ସଫଳ ହୋଇ ପାରି ନଥିଲା । ଶେଷରେ ଆମେରିକା ୨-୦ ଗୋଲରେ ମ୍ୟାଚ୍ ବିଜୟୀ ହୋଇଥିଲା ।
ବିଶ୍ୱକପ୍ରେ ଟପ୍ ଗୋଲ ସ୍କୋରର ତାଲିକାରେ ଇଂଲଣ୍ଡର ଏଲିନା ହ୍ୱାଇଟ୍ ଏବଂ ଆମେରିକାର ଆଲେକ୍ସ ମୋର୍ଗାନ ଓ ମେଗାନ ରାପିନୋଏ ରହିଛନ୍ତି । ପ୍ରତ୍ୟେକ ୬ଟି ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ରାପିନୋଏ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ଜର୍ମାନୀର ଜିଉଲିଆ ରୋଜନା ଗ୍ୱିନ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ଜିତିଛନ୍ତି । ସେମିତି ନେଦରଲାଣ୍ଡସ ସାରି ଭନ ଶ୍ରେଷ୍ଠ ଗୋଲକିପର ଏବଂ ଫ୍ରାନ୍ସକୁ ଫେୟାର ପ୍ଲେ ଆୱାର୍ଡ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons