ଆମେରିକାରେ ଥିବା ଓଡିଆଙ୍କ ସହ ଧର୍ମେନ୍ଦ୍ରଙ୍କ ଭିଡିଓ କନଫରେନ୍ସିଂ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରେ): କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ବହୁ ପ୍ରତିÂିତ ଓଡିଆମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ୱ ମହମାରୀର ସବୁ ଅସୁବିଧା ଏବଂ ଆହ୍ୱାନ ମଧ୍ୟରେ ଭାରତ ଓ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନାର ରାସ୍ତାକୁ ଖୋଜି ବାହାର କରିବା ସହ ସମସ୍ତଙ୍କ ଉଦ୍ୟମରେ ଆର୍ଥିକ ପ୍ରଗତିରେ ସହାୟକ ହେବାକୁ ଆମେରିକାରେ ଥିବା ଓଡିଆମାନେ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଆମେରିକାର ୮ଟି ପ୍ରମୁଖ ସହର ଯଥା ହୁ୍ୟଷ୍ଟୋନ, ସାନ୍ ଫ୍ରାନସିସ୍କୋ, କାଲିଫର୍ଣ୍ଣିଆ, ୱାସିଂଟନ, ଫ୍ଲୋରିଡା, ମିନିସୋଟା, ଆଲାବାମା, ନୁ୍ୟୟର୍କରେ ବସବାସ କରୁଥିବା ୧୮ରୁ ଉର୍ଦ୍ଧ୍ୱ ପ୍ରତିÂିତ ଓଡିଆମାନେ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ । ଆମେରିକାରେ ରହୁଥିବା ଓଡିଆଙ୍କ ସହ ଆଲୋଚନା କରି ଶ୍ରୀ ପ୍ରଧାନ କହିଥିଲେ ଯେ ବିଂଶ ଶତାବ୍ଦୀ ହେଉ ଅଥବା ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି, ଏହି ସମୟରେ ଓଡିଆମାନେ ଭାରତ ଓ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛନ୍ତି । ଓଡିଶା ପାଇଁ ବଡ କାମ କରି ଓଡିଶାର ସେବା କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ ।
କେନ୍ଦ୍ରମନ୍ତ୍ରୀ କହିଲେ, କେନ୍ଦ୍ର ସରକାରରେ ଓଡିଆମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ଓଡିଆ ଲୋକ ୱାସିଂଟନ ଡିସିରେ ସିଜି ଭାବରେ ଅବସ୍ଥାପିତ । କାଲିଫର୍ଣ୍ଣିଆର ସିଜି ଭାବରେ ଓଡିଆ ଲୋକ ମଧ୍ୟ ଅଛନ୍ତି । ଆମେରିକାରେ ଓଡିଆ ଭାଷାଭାଷୀ ଲୋକମାନେ ସେଠାକାର ଅର୍ଥନୀତିରେ ପ୍ରଭାବଶାଳୀ ଭୂମିକାରେ ରହିଛନ୍ତି । ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଗୁଡିକରେ ଓଡିଆମାନେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ଉପସାଗରୀୟ ଦେଶ ଗୁଡିକରେ ମଧ୍ୟ ଆଗୁଆ ଅଛନ୍ତି । ଇତିହାସରେ ଓଡିଆ ଲୋକମାନେ ଦେଶ ବିଦେଶରେ ଏପରି ସୁବିଧା ଜନକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କେବେ ବି ନଥିଲେ ବୋଲି ଶ୍ରୀ ପ୍ରଧାନ ଆମେରିକାର ଏହି ଓଡିଆ ମାନଙ୍କ ସହ ଆଲୋଚନା କରିବା ସମୟରେ କହିଛନ୍ତି ।
ଏବେ ସମୟ ଆସିଛି ମିଶି କରି ନୂଆ ଉଦ୍ୟମ କରିବା, କରୋନା ଭଳି ଘଡିସନ୍ଧି ମୁହୂର୍ତରେ ନୂଆ ପ୍ରଚେଷ୍ଟା କରିବା ଏବଂ ଆମ ରାଜ୍ୟ ଓଡିଶାକୁ ନୂଆ ଶିଖରରୁ ନେବା । ଓଡିଶାକୁ ଗୁରୁତ୍ୱ ଦେଇ କାମ କରିବାର ଏହା ସମୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତରେ ଆଗାମୀ ଦିନରେ ପୁଞ୍ଜିନିବେଶ ବଢିବ ଏବଂ ଓଡିଶା ମଧ୍ୟ ଏହାର ଲାଭ ପାଇବ ବୋଲି ସେ କହିଥିଲେ । ସବୁ ଆହ୍ୱାନ ସତ୍ୱେ ରାଜ୍ୟରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ଭାରତ ସରକାର ଉଭୟ ଲୋକଙ୍କ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି । ଆଜି ଦେଶ ଏକ ଅଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ସହଯୋଗରେ ଓଡିଶାର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଆଲୋଚନା ବେଳେ ଓଡିଶା ଆସିବାକୁ ଚାହୁଁଥିବା ଓଡିଆଙ୍କୁ ସିଧା ଭୁବନେଶ୍ୱରକୁ ଆଣିବା, କୋରିୟର ସେବା ନଥିବାରୁ ଆମେରିକାରେ ଥିବା ବୟସ୍କ ଲୋକମାନଙ୍କ ପାଇଁ ଔଷଧ ଅଣାଯାଇନପାରିବା, ଆମେରିକାରୁ ବୟସ୍କ ଲୋକମାନେ ଫେରିଲେ ସେମାନଙ୍କ ଉପଯୁକ୍ତ ଯନô ସହ କ୍ୱାରେଣ୍ଟାଇନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା । ଓଡିଆ ବ୍ୟକ୍ତିବିଶେଷ ମାନେ ଓଡିଶାରେ ଯୁବକଙ୍କୁ ରୋଜଗାର ଦେବା ତଥା ଯୁବକଙ୍କୁ ତାଲିମ୍ ଦେଇ ସେମାନଙ୍କ ଦକ୍ଷତାକୁ ବୃଦ୍ଧି କରି ବିଭିନ୍ନ କ୍ଷେତ୍ରରେ କାମରେ ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟରେ ଯୁବଶକ୍ତିର ବିକାଶ ଓ ବିନିଯୋଗ କରିବା ଦରକାର ବୋଲି ଓଡିଆ ଲୋକମାନେ ମତପ୍ରକାଶ କରିଥିଲେ । ସେହିପରି କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ । ଏହି ଆଲୋଚନାକୁ ଆମେରିକାସ୍ଥିତ ଭାରତୀୟ ଦୂତାବାସର ବରିÂ ଅଧିକାରୀ ମନୋଜ ମହାପାତ୍ର ସଂଯୋଜନା କରିଥିଲେ ।
ହୁ୍ୟଷ୍ଟୋନରୁ ଦେବାନନ୍ଦ ପତି, ଉପେନ୍ଦ୍ର ସାହୁ, ଆଦିତ୍ୟ ସାମଲ, ସାନ୍ ଫ୍ରାନସିସ୍କୋରୁ କୁକୁ ଦାସ, ଦେବଦତ୍ତ ଦାସ, କାଲଫର୍ଣ୍ଣିଆରୁ ସୁଶାନ୍ତ ପଟ୍ଟନାୟକ, ୱାସିଂଟନରୁ ସିବା କେ. ସାମଲ, ଶ୍ରୀକାନ୍ତ ନାୟକ, କାର୍ତ୍ତିିକ ପ୍ରଧାନ, ପ୍ରତାପ ଦାସ, ମନୋଜ ମହାପାତ୍ର, ଫ୍ଲୋରିଡାରୁ ପ୍ରଦୀପ ଜେନା, ମିନିସୋଟାରୁ ଡା. ଏସ.କେ ଦାସ, ଆଲାବାମାରୁ ଭାଗବତ ସାହୁ, ଦିବ୍ୟଜୀବନ ମହାପାତ୍ର, ନୁ୍ୟୟର୍କରୁ ବିଜୟ ମହାନ୍ତି, ଲାଲତେନ୍ଦୁ ମହାନ୍ତି ଓ ବ୍ରଜରାଜ ସାହୁ ପ୍ରମୁଖ ଅଂଶଗ୍ରହଣ କରି ଆମେରିକାର ସ୍ଥିତି ଏବଂ ଓଡିଆ ଲୋକଙ୍କର ସ୍ଥିତାବସ୍ଥା ଉପରେ ମତ ରଖିଥିଲେ । ଆମେରିକାରେ ରହୁଥିବା ସବୁ ଓଡିଆଙ୍କୁ ସୁବିଧା ଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ସେମାନେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons