ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀ କାୟା ମେଲାଇ ଚାଲିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୨ ଲକ୍ଷ ୮୧ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସମୟରେ ୬ ହଜାର ୪୫୮ ଜଣଙ୍କ ଜୀବନ ଯାଇଛି । ଫଳରେ ବିଶ୍ୱରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୨ ଲକ୍ଷ ୯୫ ହଜାର ହୋଇଥିଲା ବେଳେ ମୃତୁ୍ୟସଂଖ୍ୟା ୭ ଲକ୍ଷ ୧୮ ହଜାର ଅତିକ୍ରମ କରିଛି । ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ୧ କୋଟି ୨୩ ଲକ୍ଷ ୮୭ ହଜାରରୁ ଅଧିକ ଲୋକ ଆରୋଗ୍ୟଲାଭ କରିଛନ୍ତି ।
କରେନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି । ଦେଶରେ ଏବେ ୫୦ ଲକ୍ଷ ୩୩ ହଜାର ୭୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ୧ ଲକ୍ଷ ୬୨ ହଜାର ୮୩୬ ଜଣ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୫୮ ହଜାର ୬୧୧ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୧,୨୦୩ ଜଣଙ୍କ ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ ୨୫ ଲକ୍ଷ ୭୮ ହଜାର ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେପଟେ ବିଦେଶ ବିଭାଗ ପକ୍ଷରୁ ଯାତ୍ରା ପ୍ରତିବନ୍ଧକ ଲେବଲ-୪କୁ ହଟାଇ ଦିଆଯାଇଛି । ଏହାକୁ ସବୁଠାରୁ ବଡ ଟ୍ରାଭେଲ ଆଡଭାଇଜରି କୁହାଯାଏ । କେତେକ ଦେଶରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାରୁ ବିଦେଶ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଆମେରିକା ଆସୁଥିବା ବିଦେଶୀ ନାଗରିକଙ୍କୁ କରୋନା ପାଇଁ ଥିବା ନିୟମ କଡାକଡି ପାଳନ କରିବାକୁ ପଡିବ ବୋଲି ସେଥିରେ କୁହାଯାଇଛି ।
ସେହିଭଳି ବ୍ରାଜିଲରେ ଗତ ୨୪ ଘଣ୍ଟାରେ ୫୪ ହଜାର ୮୦୧ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ଏହି ସମୟରେ ୧,୨୨୬ ଜଣ ପ୍ରାଣ ହରାଇଛନ୍ତି । ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୨୯ ଲକ୍ଷ ୧୭ ହଜାର ୫୬୨କୁ ବୃଦ୍ଧି ପାଇଥିଲା ବେଳେ ମୃତୁ୍ୟସଂଖ୍ୟା ୯୮ ହଜାର ୬୪୪ରେ ପହଞ୍ଚôଛି । ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ବସ୍ତି ଅଞ୍ଚଳରେ ଅଧିକ ସଂକ୍ରମଣ ବ୍ୟାପୁଛି । ବସ୍ତିରେ ରହିଥିବା ଲୋକମାନେ କୌଣସି ନୀତି ନିୟମ ଠିକ୍ ଭାବେ ପାଳନ କରୁନାହାନ୍ତି । ତେଣୁ ବସ୍ତି ଅଞ୍ଚଳ ପାଇଁ ସରକାର ଖୁବଶୀଘ୍ର କଠୋର ଆଇନ ଆଣିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ରୁଷରେ ଆଜି ୫ ହଜାର ୨୪୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ୧୧୯ ଜଣ ପ୍ରାଣ ହରାଇଛନ୍ତି । ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୮ ଲକ୍ଷ ୭୭ ହଜାର ୧୩୭କୁ ବୃଦ୍ଧି ପାଇଛି ଏବଂ ମୃତୁ୍ୟସଂଖ୍ୟା ୧୪ ହଜାର ୭୨୫ରେ ପହଞ୍ଚôଛି ।
ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାର ପଞ୍ଚମ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୮ ହଜାର ୧୮୪ ହୋଇଥିଲା ବେଳେ ମୃତୁ୍ୟସଂଖ୍ୟା ୯ ହଜାର ୬୦୪ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାର ୩୦୭ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୩୦୬ ଜଣଙ୍କ ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ ମେକ୍ସିକୋରେ ମୃତୁ୍ୟସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ଦେଶରେ ଆଜି ୬ ହଜାର ୫୯୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ୮୧୯ ଜଣଙ୍କ ମୃତୁ୍ୟ ହୋଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୯୦କୁ ବୃଦ୍ଧି ପାଇଛି ଏବଂ ମୃତୁ୍ୟସଂଖ୍ୟା ୫୦ ହଜାର ୫୧୭ରେ ପହଞ୍ଚôଛି । ଅନ୍ୟପକ୍ଷରେ କରୋନାର ଉପôତ୍ତିସ୍ଥଳ ଚୀନ୍ରେ ଆଜି ୩୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ୧୦ ନୂଆ ମାମଲା ସାମ୍ନାକୁ ଆସିଥିଲା । ସେମାନେ ସମସ୍ତେ ବାହାର ଲୋକ ଥିଲେ । ଦେଶରେ ଏବେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୪୩ ରହିଛି ।
ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ୍ୟଏଚ୍ଓ) କହିଛି କରୋନା ଭାଇରସ୍ ଏବେ ଯୁବବର୍ଗଙ୍କ ଆଡକୁ ଅଗ୍ରସର ହେଉଛି । ଶିଶୁ, କିଶୋର ଓ ଯୁବବର୍ଗ ବର୍ତ୍ତମାନ ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । କରୋନା ମହମାରୀ ଯେତେବେଳେ ପ୍ରଥମେ ଦେଖାଦେଇଥିଲା ସେତେବେଳେ ବିଶେଷଜ୍ଞମାନେ କହିଥିଲେ କି ଅଧିକ ବୟସର ଲୋକଙ୍କୁ ଏହି ରୋଗ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ତେଣୁ ବୟସ୍କ ଲୋକମାନଙ୍କୁ ଅଧିକ ସତର୍କ ରହିବାକୁ ପଡିବ । କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ବିଶ୍ୱରେ ଯେତେଲୋକ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୫ରୁ ୬୪ ବର୍ଷ ମଧ୍ୟରେ ରହିଛି । ସେହିଭଳି ସଙ୍ଗଠନର ମୁଖ୍ୟ ଟେଡ୍ରୋସ୍ ଗେବ୍ରିୟେସସ୍ ଆମେରିକାକୁ ପୁଣିଥରେ ଡବ୍ଲୁ୍ୟଏଚ୍ଓରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ବିଭିନ୍ନ ଦେଶ ଯଦି ପୃଥକ ଚିନ୍ତାଧାରା ନେଇ ଲଢ଼ିବେ ତେବେ କରୋନାକୁ ହରାଇପାରିବେ ନାହିଁ । କରୋନାକୁ ହରାଇବାକୁ ହେଲେ ସମସ୍ତଙ୍କୁ ଏକାଠି କାର୍ଯ୍ୟ କରିବାକୁ ପଡିବ ।
Comments are closed, but trackbacks and pingbacks are open.