ନୂଆଦିଲ୍ଲୀ: ସ୍ୱତନ୍ତ୍ର ବାଣିଜ୍ୟ ସୁବିଧାକୁ ଆମେରିକା ପ୍ରତ୍ୟାହାର କରିନେବା ପରେ ଭାରତ ଏହାର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛି । ଆମେରିକାର ୨୯ ଉତ୍ପାଦ ଉପରେ ଏହା ଟିକସ କଷିବାକୁ ଯୋଜନା କରୁଛି । ଆସନ୍ତା ସପ୍ତାହରେ ଏହା ଲାଗୁ ହୋଇପାରେ ବୋଲି ଏକ ସୂତ୍ରରୁ ଜାଣିବାକୁ ମିଳିଛି ।
ଆମେରିକାର କେତେକ ଉତ୍ପାଦ ଉପରେ ଟିକସ ଲାଗୁ କରିବ ବୋଲି ଭାରତ ବର୍ଷେ ତଳେ ଘୋଷଣା କରିଥିଲା । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିନଥିଲା । କିନ୍ତୁ ଆମେରିକା ଭାରତକୁ ଦେଉଥିବା ସ୍ୱତନ୍ତ୍ର ବାଣିଜ୍ୟ ସୁବିଧା ‘ଜିଏସ୍ପି’କୁ ହଟାଇବା ପରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏହାର ୨୯ଟି ସାମଗ୍ରୀ ଉପରେ ଟିକସ ଲାଗୁ କରିବ ବୋଲି ଏହା ନିଷ୍ପତ୍ତି ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜୁନ୍ ୫ ତାରିଖରୁ ଭାରତଠାରୁ ଜିଏସ୍ପି (ଜେନେରାଲଇଜ୍ଡ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସେସ୍)କୁ ଛଡ଼ାଇ ନେଇଛନ୍ତି । ଏହାଦ୍ୱାରା ଭାରତର ୫୬୦ କୋଟି ଡଲାରର ରପ୍ତାନି ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ । ଏଥିରେ ମିଳୁଥିବା ଟିକସ ଫାଇଦା ଆଉ ମିଳିବ ନାହିଁ ।
Comments are closed, but trackbacks and pingbacks are open.