ଆମ୍ବୁଲାନ୍ସରେ ତେଲ ସରିବାରୁ ଅଧାବାଟରେ ଆସନ୍ନପ୍ରସବାଙ୍କ ମୃତୁ୍ୟ ଘଟଣା :ନିଲମ୍ବିତ ହେଲେ ଆମ୍ବୁଲାନ୍ସ ଡ୍ରାଇଭର

Get real time updates directly on you device, subscribe now.

ବାଙ୍ଗିରିପୋଷି,(ବି.ବି.ନୁ୍ୟଜ୍): ଗତ ଶୁକ୍ରବାର ରାତି ଥିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ହାଣଦା ଗ୍ରାମର ଚିତରଂଜନ ମୁଣ୍ଡାଙ୍କ ଗର୍ଭବତୀ ସ୍ତ୍ରୀ ତୁଳସୀ ମୁଣ୍ଡା ପାଇଁ କାଳରାତ୍ରୀ । ଆସନ୍ନପ୍ରସବା ତୁଳସୀଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ନିଆଯାଉଥିବା ବାଟରେ ଆମ୍ବୁଲାନ୍ସରେ ତେଲ ସରିଯିବାରୁ ଅଟକି ରହିଲେ ସେ । ଘଣ୍ଟାଏରୁ ଅଧିକ କାଳ ଗର୍ଭକଷ୍ଟରେ ଛଟପଟ ହୋଇ ମୃତୁ୍ୟବରଣ କରିଥିଲେ । ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇଥିବାବେଳେ ଜିଲ୍ଲା ପ୍ରଶାସନ ଆଜି ସମ୍ପୃକ୍ତ ଆମ୍ବୁଲାନ୍ସ ଚାଳକ ହରିହର ନାଏକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଅନ୍ୟପକ୍ଷରେ ଏହି ମର୍ମନ୍ତୁଦ ଖବର ଜାଣିି ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଏବଂ ଜିଲ୍ଳା ବିଜେପି ସଭାପତି ଡା.କୃଷ୍ଟଚନ୍ଦ୍ର ମହାପାତ୍ର ତୁଳସୀ ଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ୱନା ଦେଇଛନ୍ତି ।
ହାଣଦା ଗ୍ରାମର ଆସନ୍ନ ପ୍ରସବା ତୁଳସୀ ମୁଣ୍ଡାଙ୍କୁ ଶୁକ୍ରବାର ରାତିରେ ସ୍ଥାନୀୟ ଆଶା ଦିଦିଙ୍କ ସହାୟତାରେ ବାଙ୍ଗିରିପୋଷି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତେବେ ସେଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନଥିବାରୁ ତାଙ୍କ ଅବସ୍ଥା ଗୁରୁତର ଦେଖି ତାଙ୍କୁ ବାରିପଦା ପିଆରଏମ ମେଡିକାଲ ହସ୍ପିଟାଲକୁ ନେବାକୁ କହିଥିଲେ କାର୍ଯ୍ୟରତ ଅନ୍ୟ ଡାକ୍ତର । ସଙ୍ଗେ ସଙ୍ଗେ ୧୦୨ ଜନନୀ ଏrପ୍ରେସ ଏବଂ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲେ ମଧ୍ୟ ଉପଲବ୍ଧ ହୋଇ ନଥିଲା । ତେବେ ଅନ୍ୟ ଉପାୟ ନପାଇ ଭଡ଼ା ପଡୁଥିବା ଡାକ୍ତରଖାନା ଆମ୍ବୁଲାନ୍ସଟିରେ ତାଙ୍କୁ ବାରିପଦା ନେଉଥିଲେ ପରିବାର ଲୋକେ । ହେଲେ ଅଧା ବାଟରେ ଆମ୍ବୁଲାନ୍ସରେ ତେଲ ସରିଯାଇଥିଲା । ଅନ୍ୟ ଏକ ୧୦୮ ଯୋଗେ ତୁଳସୀଙ୍କୁ ପିଆରଏମ ମେଡିକାଲକୁ ନେବା ପାଇଁ ଘଣ୍ଟାଏରୁ ଅଧିକ ବିଳମ୍ବ ହୋଇଯାଇଥିଲା । ଆସନ୍ନପ୍ରସବା ତୁଳସୀଙ୍କୁ ଆମ୍ବୁଲାନ୍ସ ମଧ୍ୟରେ ପଡ଼ିରହି ଯନ୍ତ୍ରଣାରେ ଛଟପଟ ହେବାକୁ ପଡ଼ିଥିଲା । ମୁମୂର୍ଷୁ ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ପହଞ୍ଚାଇଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମାତୃ ତଥା ଶିଶୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ବାଙ୍ଗିରିପୋଷିରେ ଘଟିଥିବ ଏପରି ଦୁଃଖଦ ଘଟଣା ନେଇ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭରର ଦାୟିତହୀନତା କାରଣରୁ ଆବଶ୍ୟକ ପରିମାଣର ତେଲ ନଥିବାରୁ ବାଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ଯେଉଁ କାରଣରୁ ଯଥାସମୟରେ ଉପଯୁକ୍ତ ଚିକିତ୍ସା ନପାଇ ତୁଳସୀ ପ୍ରାଣ ହରାଇଲେ । ଏପରି ଦାୟିତ୍ୱହୀନ କର୍ମଚାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ ଲାଗି ଜୋରଦାର ଦାବି ଉଠାଇଥିଲେ ସ୍ଥାନୀୟ ବାସିନ୍ଦା । ବାଙ୍ଗିରିପୋଷି ଡାକ୍ତରଖାନା ଆମ୍ବୁୁଲାନ୍ସର ଡ୍ରାଇଭର ହରିହର ନାଏକଙ୍କୁ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସୁପାରିଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିଲମ୍ବିତ କରିଥିବା ବାଙ୍ଗିରିପୋଷି ଗୋÂୀ ସ୍ୱାସ୍ଥ୍ୟ ଅଧିକାରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷେ ଆଜି ମୟୂରଭଂଜ ସାଂସଦ ବିଶେଶ୍ୱର ଟୁଡୁ ଏବଂ ବିଜେପି ଜିଲ୍ଲା ସଭାପତି ଡା.କୃଷ୍ଣଚନ୍ଦ୍ର ମହାପାତ୍ର ମୃତ ମହିଳାଙ୍କ ସ୍ୱାମୀ ଚିତ୍ତରଂଜନ ମୁଣ୍ଡାଙ୍କୁ ଭେଟି ସାନ୍ତ୍ୱନା ଜଣାଇଥିଲେ । କିଛି ଆର୍ଥôକ ସହାୟତା ମଧ୍ୟ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅପାରଗତା କାରଣରୁ ତୁଳସୀଙ୍କର ମୃତୁ୍ୟ ଘଟିଥିବାରୁ ମାତୃହରା ୨ ବର୍ଷର ଶିଶୁପୁତ୍ରର ପାଠପଢ଼ା ସମସ୍ତ ଦାୟିତ୍ୱ ସରକାର ବହନ କରନ୍ତୁ ବୋଲି ସାଂସଦ ଏହି ପରିପ୍ରେକ୍ଷୀରେ ଦୃଢ ଦାବି କରିଛନ୍ତି । ସାଂସଦ ବାଙ୍ଗିରିପୋଷି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଯାଇ ବିଭିନ୍ନ ବିଷୟ ତଦାରଖ କରିଛନ୍ତି । ଏହି ଅଂଚଳରୁ ରାଜ୍ୟର ଜଣେ ମନ୍ତ୍ରୀ ଥିବାବେଳେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଡାକ୍ତର ନଥିବାବେଳେ ବିପର୍ଯ୍ୟସ୍ତ ପରିସ୍ଥିତି ନେଇ ସେ କଡ଼ା ସମାଲୋଚନା କରିଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ସମ୍ପର୍କରେ ସେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons