କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଚଣ୍ଡିଖୋଲ – ପାରାଦ୍ବୀପ ଜାତୀୟ ରାଜପଥ ନଂ – ୫(କ) ର କେନାଲବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୃଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗିରଙ୍ଗ ଗ୍ରାମରୁ ମଟର ସାଇକେଲ ଯୋଗେ ମାର୍ଶାଘାଇ ବଜାରକୁ ଆସିବା ସମୟରେ, କେନାଲ ବ୍ରିଜ ଆଡୁ ଆସୁଥିବା ଏକ ବୋଲେରୋ ଆମ୍ବୁଲାନ୍ସ ଭାରଶ୍ୟାମ ହରାଇ ଧକ୍କା ଦେଇଥିଲା। ଯାହାଫଳରେ ଯୁବକ ଜଣଙ୍କ ସେହିସ୍ଥାନରେ ପଡ଼ି ଯାଇଥିଲେ। ସେ ଗୁରୁତର ହୋଇପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ମାର୍ଶାଘାଇ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ୧୦୨ ଆମ୍ବୁଲାନ୍ସ ସହ ଡାଇଭରଙ୍କୁ ଗିରଫ କରିଛି ପୋଲିସ । ମୃତକ ହେଲେ ଗିରଙ୍ଗ ଗାଁର ନରେଶ ବିଶ୍ବାଳ ।
Comments are closed, but trackbacks and pingbacks are open.