
କାଲିମେଳା,(ବି.ବି.ନୁ୍ୟଜ):୧୦୨ ଆମ୍ବୁଲାନ୍ସ ଧକ୍କାରେ ଯୁବକଙ୍କର ହେଲା ମୃତୁ୍ୟ । ଏଥିରେ ଅନ୍ୟଜଣେ ହେଲେ ଗୁରୁତର । ମାଲକାନଗିରି ଜିଲ୍ଲା କାଲିମେଳାଠାରୁ ୮ କିମି ଦୂର ମାରଣପାଲ୍ଲୀ ଗାଁ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଗତ ସୋମବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ପଡିଆ ବ୍ଲକ ଭାଲମପାଲ୍ଲୀ ଗାଁର ଇର୍ମା ସୋଢିଙ୍କ ପୁଅ ରାଜୁ(୨୫) । ଗୁରୁତର ହେଲେ ରାଜୁଙ୍କ ସାଙ୍ଗ କସା କବାସୀ ।
କାଲିମେଳାଠାରୁ ପଡିଆ ଓ ଛତିଶଗଡ ରାଜ୍ୟକୁ ଲମ୍ବିଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ରାଜୁ ଓ କସା ଏକ ବାଇକ୍ରେ ନିଜ ଗାଁ ଭାଲମପାଲ୍ଲୀକୁ ଫେରୁଥିଲେ । ଏହି ସମୟରେ ପଡିଆ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୨ ଆମ୍ବୁଲାନ୍ସ ରୋଗୀ ଧରି କାଲିମେଳା ଅଭିମୁଖେ ଯାଉଥିଲା । ଦୁର୍ଘଟଣାସ୍ଥଳରେ ଦୁଇ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ରାଜୁଙ୍କର ମୃତୁ୍ୟ ହୋଇଥିଲା । କସା ଗୁରୁତର ହୋଇଥିଲେ । ଖବର ପାଇ କାଲିମେଳା ଥାନା କର୍ମଚାରୀ ପହଞ୍ଚି କସାଙ୍କୁ ଉଦ୍ଧାର କରି ପ୍ରଥମେ କାଲିମେଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ରାଜୁଙ୍କ ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ମଙ୍ଗଳବାର ରାଜୁଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ କାଲିମେଳା ଥାନାରେ ଏକ ମାମଲା(୮୩/୨୦୨୧) ରୁଜୁ ହୋଇଛି । ଏଏସଆଇ ବିଜୟ କୁମାର ତାଣ୍ଡି ମାମଲାର ତଦନ୍ତ କରୁଛନ୍ତି ।
Comments are closed, but trackbacks and pingbacks are open.