ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତୀୟ ସମ୍ବିିଧାନର ମୁଖ୍ୟ ପ୍ରଣେତା ଭାରତରନô ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ବିଜେପି ପକ୍ଷରୁ ଭୁବନେଶ୍ୱରର ଏଜି ଛକ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହେଉଛନ୍ତି । ଆମ୍ବେଦକର କହିଥିଲେ କି, ଦେଶର ଭିନ୍ନ ଭିନ୍ନ ଜାତିର ଲୋକ ଲଢାଇ ସମାପ୍ତ ନକଲେ ଦେଶ କେବେ ଏକାଠି ହୋଇପାରିବ ନାହିଁ । ଆମ୍ବେବଦକରଙ୍କର ଫଟୋ ଚିତ୍ର ସମସ୍ତ ସରକାରୀ ଦପ୍ତର, ଶିକ୍ଷାନୁÂାନ ପ୍ରଭୃତିରେ ରଖାଯିବାକୁ ବାଧ୍ୟତାମୂଳକ କରିବା ପାଇଁ ବିଜେପି ରାଜ୍ୟ ସଂପାଦକ ଶ୍ରୀ ଦିଲ୍ଲୀପ ମଲ୍ଲିକ ଦାବି କରିଛନ୍ତି ।
ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ବିଜେପି ଅନୁସୂଚିତ ଜାତିମୋର୍ଚ୍ଚାର ରାଜ୍ୟ ସଭାପତି ସୁଶାନ୍ତ ମଲ୍ଲିକ, ମନୋଜ ବେହେରା, କୁମୋହନ ସେଠୀ, ରାଘବ ମଲ୍ଲିକ, ମୋର୍ଚ୍ଚାର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ସେଠୀଙ୍କ ସମେତ ସବୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
Comments are closed, but trackbacks and pingbacks are open.