ଭଦ୍ରକ, (ବି.ବି.ନୁ୍ୟଜ୍): ରଜରେ ଆମ୍ବ ଖାଇବା ପାଇଁ ନଦେବାରୁ ସ୍ତ୍ରୀୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ । ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜଳମଣ୍ଡୁଆ ଗାଁରୁ । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଗାଁର କାର୍ତ୍ତିକ ଜେନା ନାମକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଏହାପରେ ଆମ୍ବ ଖାଇବାକୁ ସ୍ତ୍ରୀ ସସ୍ମିତାଙ୍କୁ ମାଗିଥିଲା । କିନ୍ତୁ ଆମ୍ବ ସବୁ ପିଲାମାନେ ଖାଇ ଦେଇଥିବା ସ୍ତ୍ରୀ କହିଥିଲେ । ଏହାଶୁଣି କାର୍ତ୍ତିକ ରାଗିଯାଇ ଏକ ବାଉଁଶ ଫାଳିଆରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସସ୍ମିତାଙ୍କ ମୃତୁ୍ୟ ହୋଇଥିବା ବେଳେ କାର୍ତ୍ତିକଙ୍କୁ ଧାମନଗର ପୋଲିସ ଅଟକ ରଖି ତଦନ୍ତ କରୁଛି । ସସ୍ମିତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି ପୋଲିସ ।
Comments are closed, but trackbacks and pingbacks are open.