ରାଉରକେଲା,(ବି.ବି.ନୁ୍ୟଜ୍): ସେକ୍ଟର-୧୭ ଅଞ୍ଚଳର ଏକ ଆରଏସ୍ପି କ୍ୱାର୍ଟର୍ସରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଧାଫାଶ କରିଛି ପୁଲିସ୍ । ସେହି କ୍ୱାର୍ଟର୍ସରେ ଚଢ଼ଉ କରି ରାଣୀ ମହୁମାଛି, ଜଣେ ଶିକ୍ଷକ ଓ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଦୁଇ ଦେହଜୀବୀଙ୍କୁ କାଉନସିଲିଂ ପାଇଁ ଏକ ଏନ୍ଜିଓ ସଂସ୍ଥାକୁ ହସ୍ତାନ୍ତର କରିଛି । ଆଜି ସକାଳେ ସମସ୍ତଙ୍କ ଡାକ୍ତରୀମାଇନା କରାଯିବା ପରେ ରାଣୀ ମହୁମାଛି ଓ ଦୁଇ ଗ୍ରାହକଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିଛି ।
ସେକ୍ଟର-୧୭, କ୍ୱାର୍ଟର୍ସ ନଂ.ସି/୪୦ରେ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ୍କୁ ଗୁପ୍ତ ସୂଚନା ମିଳିଥିଲା । ଏସ୍ପିଙ୍କ ନିଦେ୍ର୍ଧଶ କ୍ରମେ ସିଟି ଡିଏସ୍ପି ଜ୍ୟୋର୍ତିମୟୀ ଭୁକ୍ତାଙ୍କ ନେତୃତ୍ୱରେ ସେକ୍ଟର-୭ ଓ ସେକ୍ଟର-୧୫ ଥାନା ଇନ୍ସପେକ୍ଟରଙ୍କ ସମେତ ଏକ ପୁଲିସ୍ ଟିମ୍ ରାତି ପ୍ରାୟ ସାଢେ଼ ୧୧ଟାରେ ଉକ୍ତ କ୍ୱାର୍ଟର୍ସରେ ଅତର୍କିତ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଦୁଇ ଜଣ ଦେହଜୀବୀ ଓ ଦୁଇ ଗ୍ରାହକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିଥିଲା । ସେହି କ୍ୱାର୍ଟର୍ସରେ ସପରିବାର ରହିବା ସହ ସେକ୍ସ ରାକେଟ ଚଳାଉଥିବା ରାଣୀ ମହୁମାଛିଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା । ଉକ୍ତ ଘରୁ ପୁଲିସ୍ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା । ସେମାନଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରିବା ପରେ ଦୁଇ ଦେହଜୀବୀ କୋଲକାତାର ହୋଇଥିବା ବେଳେ ଦୁଇ ଗ୍ରାହକଙ୍କ ମଧ୍ୟରୁ ଜଣେ ବାହାର ରାଜ୍ୟର ବି-ଟେକ୍ ଛାତ୍ର ଏବଂ ଅନ୍ୟ ଜଣେ ନୂଆଗାଁ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବୋଲି ପୁଲିସ୍ କହିଛି ।
Comments are closed, but trackbacks and pingbacks are open.