ଆରଟିପିସିଆର୍ ଲାବ୍ ଉଦଘାଟିତ

Get real time updates directly on you device, subscribe now.

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅrିଜେନ୍ ପ୍ଲାଣ୍ଟ୍ ପ୍ରତିÂା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି । ଏଥିସହ ଜିଲ୍ଲାରେ ଆର୍ଟିପିସିଆର୍ ଟେଷ୍ଟିଂ ଲାବ୍କୁ ଉଦ୍ଘାଟନ କରିଛନ୍ତି । ଲିକୁଇଡ୍ ଅrିଜେନ୍ ପ୍ଲାଣ୍ଟ ୨ ମାସ ମଧ୍ୟରେ ସ୍ଥାପନ କରାଯିବ । ପ୍ରତିଦିନ ୪୫୦ କିଲୋ ଲିଟର ଲିକୁଇଡ୍ ଅrିଜେନ୍ ଉତ୍ପାଦନ ହୋଇପାରିବ । ଜିଲ୍ଲା ମୁଖ୍ୟ ଚିକିତ୍ସଳୟର ୫୦୦ ଶଯ୍ୟାକୁ ସିଧାସଳଖ ପାଇପ୍ ଯୋଗେ ରୋଗୀଙ୍କୁ ଅrିଜେନ୍ ମିଳିପାରିବ । ସେଭଳି ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ପ୍ରତିଦିନ ୩୦୦ ସ୍ୱାବ୍ର ଆର୍ଟିପିସିଆର୍ ପରୀକ୍ଷା କରାଯିବ ବୋଲି ଜଣାପଡିଛି । ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଛନ୍ତି, ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦୁଇଟି ଉପହାର ଦେଇଛନ୍ତି । ଅrିଜେନ୍ ପାଇଁ ଜୁନାଗଡ ଉପରେ ନବରଙ୍ଗପୁର ଜିଲ୍ଲାକୁ ଭରସା କରିବାକୁ ପଡୁଥିଲା । ୨ ମାସ ପରେ ଜିଲ୍ଲାରେ ଅrିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାବାସୀ ଉପକୃତ ହୋଇପାରିବେ । ସେଭଳି ଆର୍ଟିପିସିଆର୍ ପରୀକ୍ଷା ପାଇଁ ଅନ୍ୟ ଜିଲ୍ଲାର ଲାବ୍ ଉପରେ ନିର୍ଭର କରିବାକୁ ପଡୁଥିଲା । ରିପୋର୍ଟ ବିଳମ୍ୱରେ ଆସୁଥିବା କାରଣରୁ କରୋନା ସଂକ୍ରମଣ ଭୟ ରହିଥିଲା । ଜିଲ୍ଲାରେ ଆର୍ଟିପିସିଆର୍ ଲାବ୍ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାବାସୀ ୨୪ ଘଣ୍ଟାରେ ରିପୋର୍ଟ ପାଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି । ଭର୍ଚୁଆଲ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons