ଆରପାରିରେ ଆଲ୍ବମ୍ କୁଇନ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଥାକୁହା ଆଖି, ହସ ହସ ମୁହଁ ସାଙ୍ଗକୁ ଦମ୍ଦାର ନୃତ୍ୟ । କୋଟି କୋଟି ଓଡ଼ିଆ ଯୁବକଙ୍କୁ ମତୁଆଲା କରି ହୃଦୟର ରାଣୀ ସାଜିଥିବା ଆଲ୍ବମ୍ କୁଇନ୍ ଦୀପା ସାହୁ ଆଉନାହାନ୍ତି । ମଲ୍ଲୀଫୁଲ ଗଜରା ଛିଣ୍ଡାଇ କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ ପକାଇ ଫୁଲର ସହରକୁ ସବୁଦିନ ପାଇଁ ଚାଲିଯାଇଛନ୍ତି ଝିଅଟେ ମେଡ୍ ଇନ୍ ଓଡ଼ିଶା ।
ଓଡ଼ିଆ ଆଲ୍ବମ୍ କୁଇନ୍ ଦୀପା ସାହୁ ମାତ୍ର ୩୭ ବର୍ଷ ବୟସରେ ଆଖିବୁଜିଛନ୍ତି । ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ । ଆଜି ଅପରାହ୍ଣରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍ରେ ଦୀପା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଦୀପାଙ୍କ ସ୍ୱାମୀ ମନୀନ୍ଦ୍ରନାଥ ଦତ୍ତ ସୂଚନା ଦେଇଛନ୍ତି । ଦୀପାଙ୍କ ଜନ୍ମସ୍ଥାନ ଢେଙ୍କାନାଳ ନିକଟ ଭାପୁର ପାଖ ଏକ ଗାଁରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ସ୍ୱାମୀ ଓ ଦୁଇ ଭାଇ ଉପସ୍ଥିତ ଥିଲେ ।
ବରିÂ ଅଭିନେତା ବିଜୟ ମହାନ୍ତିଙ୍କ ଚାଲିଯିବାକୁ ୭ଦିନ ହେଇଛି ଆଜି ଦୀପାଙ୍କ ଦେହାନ୍ତ ଖବର ଆସି ପହଞ୍ଚିଛି । ଗତ ସୋମବାର ୨୦ ତାରିଖ ରାତି ୯ଟାରେ ବିଜୟଙ୍କ ପରଲୋକ ହୋଇଥିଲା । ଆଜି ଅପରାହ୍ଣରେ ଦୀପାଙ୍କ ମୃତୁ୍ୟ ଖବର ପ୍ରଚାର ପରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଦୀପାଙ୍କୁ ଭଲପାଉଥିବା ସାଥୀ କଳାକାର ଓ କଳାପ୍ରେମୀ ଦୁଃଖରେ ଭାଙ୍ଗିପଡ଼ିବା ସହ ଶେଷ ଦର୍ଶନ ଲାଗି ହସ୍ପିଟାଲ୍ରେ ପରିସରରେ ରୁଣ୍ଡ ହୋଇଥିଲେ । ଅଭିନେତା ଦେବାଶିଷ, ସମରେଶ, ଅଖିଳ, ଏଲିନା, ବିଦୁସ୍ମିତା ଓ ଅନ୍ୟମାନେ ହସ୍ପିଟାଲ୍ରେ ପହଞ୍ଚିଥିଲେ । ସମସ୍ତେ ଦୀପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଥିଲେ ।
ଶେଷ ମୁହୂର୍ତ୍ତରେ ଦୀପା ଭୁବନେଶ୍ୱରର ସ୍ପର୍ଶ ହସ୍ପିଟାଲ୍ରେ ଚିକିତ୍ସା ହେଉଥିଲେ । ହସ୍ପିଟାଲ୍ର କ୍ଲିନିକାଲ୍ ମୁଖ୍ୟ ଡ. ପ୍ରିୟଦର୍ଶନୀ ଦାସ ସୋମବାର ଅପରାହ୍ଣ ୪ଟା ୨ରେ ଦେହାନ୍ତ ହୋଇଥିବା ଗଣମାଧ୍ୟମକୁ ଖବର ଦେଇଥିଲେ । ଡ. ଦାସଙ୍କ ସୂଚନା ମୁତାବକ ଦୀପା ଗତ ୧୨ ଜୁଲାଇ ରାତିରୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇ ଏପର୍ଯ୍ୟନ୍ତ ଚିକିତ୍ସା ହୋଇଆସୁଥିଲେ । ସେ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥିଲା । ବାରମ୍ବାର ସଂକ୍ରମଣ ହେଉଥିଲା । ସପୋର୍ଟିଭ୍ କେୟାରରେ ଚିକିତ୍ସା ଚାଲିଥିଲା । ଶେଷ ଦୁଇଦିନ ହେଲା ତାଙ୍କର ବିଭିନ୍ନ ଅଙ୍ଗ ଅଚଳ ହୋଇଗଲା । ଆଜି ସକାଳେ ହୃଦ୍ଘାତ ହେଲା । ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । କାର୍ଡିଆକ୍ କମ୍ପେ୍ରସନ୍ ଦିଆଯାଇ ଅଧଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା କରାଯାଇଥିଲା । ଡାକ୍ତରମାନଙ୍କ ସତ ଚେଷ୍ଟା ସତ୍ତେ୍ୱ ଦୀପା ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ।
୧୯୮୩ ମସିହା ନଭେମ୍ବର ୧ ତାରିଖରେ ଢେଙ୍କାନାଳ ସଦର ବ୍ଲକ ବାଲ୍ୟାମ୍ବା ଗ୍ରାମରେ ଦୀପାଙ୍କ ଜନ୍ମ । ବାପା ଉଲ୍ଲାସ ସାହୁ ଓ ମା’ ମଞ୍ଜୁଲତା ସାହୁଙ୍କ ଝିଅ ଦୀପା ଓଡ଼ିଆ ଆଲ୍ବମ୍ ଜଗତରେ ଦୀର୍ଘଦିନ ଧରି ରାଜ୍ କରିଥିଲେ । ଯାହାଙ୍କର ଅନେକ ସଫଳ ଆଲ୍ବମ୍ ରହିଛି । ଘରେ ଘରେ ପରିଚିତ ଏହି ଆଲ୍ବମ୍ କୁଇନ୍ଙ୍କୁ ଶତାଧିକ ଗୀତରେ ଦେଖିବାକୁ ମିଳିଥିଲା । ସେହିଭିତରେ ବହୁତଗୁଡ଼ିଏ ସମ୍ବଲପୁରୀ ହିଟ୍ ଗୀତ ବି ରହିଛି । ନବେ ଦଶକର ଦୀପାଙ୍କ ଚର୍ଚ୍ଚିତ ଓ ଲୋକପ୍ରିୟତ ଗୀତଗୁଡ଼ିକ ମଧ୍ୟରେ ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ’, ‘ହାଏ ହାଏ ତୋ ମଲି ଫୁଲ ଗଜରା’, ‘ଏକଡ଼ା ଏକଡ଼ା ରା’, ‘ମୁଁ ଝିଅଟେ ମେଡ୍ ଇନ୍ ଓଡ଼ିଶା’ ଆଦି ଅନ୍ୟତମ । ଏହାବ୍ୟତୀତ୍ କିଛି ଓଡ଼ିଆ ଫିଲ୍ମ ଏବଂ ଧାରାବାହିକରେ ଦୀପା ଅଭିନୟ କରିଛନ୍ତି । ‘ନାରୀ ଆଖିରେ ନିଅାଁ’ ମାଧ୍ୟମରେ ସେ ଓଡ଼ିଆ ସିନେମାରେ ପାଦ ରଖିଥିଲେ । ଏଥିସହ ‘ସୁନା ଚଢେ଼ଇ ମୋ ରୂପା ଚଢେ଼ଇ’ ଓ ‘କଲେଜ୍ ଟାଇମ୍’ରେ ଅଭିନୟ କରିଥିଲେ । ‘ଏଇ ଆଖି ହେଲା ସାକ୍ଷୀ’, ‘ଉତ୍ତରଦାୟୀ’, ‘ବଡ଼ ଘର ବଡ଼ ଗୁମର କଥା’ ଭଲି ଟେଲିଭିଜନ ଧାରାବାହିକରେ ମଧ୍ୟ ଅତି ସୁନ୍ଦର ଅଭିନୟ କରିଥିଲେ ।
ଗତ ଜୁନ୍ ୨୦ ତାରିଖ ସକାଳେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଦୀପା ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଦୀପାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ଅଭିନେତା ଅଖିଳ ପ;ନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକ ତାଙ୍କୁ ତାଙ୍କ ନିଳାଦ୍ରୀ ବିହାର ବାସଭବନରୁ ଆମ୍ବୁଲାନ୍ସ ଯୋଗେ ଆଣି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ହସ୍ପିଟାଲ୍ କ୍ୟାନସର୍ କେୟାରରେ ତାଙ୍କର ଚିକିତ୍ସା ହୋଇଥିଲା । ‘କୋଭିଡ-୧୯’ଯୋଗୁ ରକ୍ତ ଭଣ୍ଡାରରୁ ରକ୍ତ ମିଳିବାରେ ସମସ୍ୟା ହୋଇଥିଲା ଫଳରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରୁ ରକ୍ତ ଆଣି ଦିଆଯାଇଥିଲା । ଅନ୍ୟପଟେ ତାଙ୍କୁ ଆର୍ଥିକ ସହାୟତା ପାଇଁ ଭିଡିଓ କରି ଅଖିଳ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାପରେ ବିଭିନ୍ନ କ୍ଷେତ୍ରରୁ ସହାୟତା ମିଳିଥିଲା ।
ପାଖାପାଖି ବର୍ଷେରୁ ଅଧିକ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ବୋଲି ଜଣାପଡ଼ିଥିଲା । ପରେ ଟାଟା ମେମୋରିଆଲ୍ ହସ୍ପିଟାଲ୍ରେ ଚିକିତ୍ସା ହେଉଥିଲେ । କେମୋ ଥେରାପି ବି ଚାଲିଥିଲା । ଲକ୍ଡାଉନ୍ ପରଠୁ ଅର୍ଥାତ୍ ତିନିରୁ ଚାରି ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ତାଙ୍କର ଏକ ଅପରେସନ୍ ହୋଇଥିଲା । ଯାହା ସଫଳ ହୋଇନଥିଲା । ସେଥିପାଇଁ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ଏହାପରେ ଜୁନ୍ ୨୩ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲ୍ରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଦୀପା । ସେଠାରେ କିଛିଦିନ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ । ଏମ୍ସରେ ତାଙ୍କୁ ବିଭିନ୍ନ କଳାକାରମାନେ ଭେଟିବା ସହ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସିନେ କଳାକାର ସଂଘ ପକ୍ଷରୁ ୨୫ ହଜାର ଏବଂ ଅଭିନେତ୍ରୀ ବିଦୁସ୍ମିତା ଓ ଅନ୍ୟ ସିନେ କଳାକାରମାନେ ମିଶି ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରି ପାଖାପାଖି ୫ଲକ୍ଷ ଟଙ୍କାର ସହାୟତା ଯୋଗାଡ଼ କରିପାରିଥିଲେ । ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଓସ୍ଟିଏଫ୍ ଫଣ୍ଡ୍ ମାଧ୍ୟମରେ ଚିକିତ୍ସା ଲାଗି ସହାୟତା ଯୋଗାଇ ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons