ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଫ୍ୟାସନ ଏବଂ ଲାଇଫ୍ଷ୍ଟାଇଲ୍ ଉତ୍ପାଦ ସେଗ୍ମେଣ୍ଟରେ ଫ୍ୟାସନପ୍ରେମୀଙ୍କୁ ଶ୍ରେଷ୍ଠ କଲେକ୍ସନ ଯୋଗାଇ ଆସୁଛି ସୂତ୍ର । ଏହି ସଂସ୍ଥା ପକ୍ଷରୁ ସୋମବାର ମେ’ ଫେୟାର ଲାଗୁନ୍ ହୋଟେଲରେ ଆରମ୍ଭ ହୋଇଛି ମେଗା ଡିଜାଇନର ପ୍ରଦର୍ଶନୀ । ମଙ୍ଗଳବାର ଏହା ସରିବ । ଏହି ଦୁଇଦିନିଆ ପ୍ରଦର୍ଶନୀରେ ଦେଶର କୋଣ ଅନୁକୋଣରୁ ପ୍ରଦର୍ଶକମାନେ ସେମାନଙ୍କ ବିଶାଳ ରେଞ୍ଜ୍ ତଥା ସର୍ବୋତ୍ତମ ୱେଡିଂ କଲେକ୍ସନକୁ ପ୍ରଦର୍ଶନ କରୁଛନ୍ତି । ଏହା ମଧ୍ୟରେ ମନଲୋଭାକାରୀ ବିବାହ ପୋଷାକ, ଗହଣା, ବ୍ରାଇଡାଲ ସୁ’, ହ୍ୟାଣ୍ଡ୍ବ୍ୟାଗ୍, କ୍ଲଚ୍ ଏବଂ ଆହୁରି ଅନେକ କିଛି ରହିଛି । ହାତତିଆରି ଫେବ୍ରିକ୍ସରେ ପ୍ରସ୍ତୁତ ପୋଷାକରେ ଆଧୁନିକତା ସ୍ପଷ୍ଟ ବାରି ହେଉଛି । ପାରମ୍ପରିକଠାରୁ ଆରମ୍ଭ କରି ପାଶ୍ଚାତ୍ୟ ପୋଷାକ, ସ୍ମାର୍ଟ କାଜୁଆଲରୁ ଟ୍ରେଣ୍ଡି ଚିକ୍ ପର୍ଯ୍ୟନ୍ତ ପୋଷାକ ଏଠାରେ ପ୍ରଦର୍ଶିତ ହେଉଛି ।
ସମଗ୍ର ଦେଶରୁ ପାଖାପାଖି ୫୦ ନାମିଦାମୀ ଡିଜାଇନରମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି । ଏଥିମଧ୍ୟରେ ରହିଛନ୍ତି ଆଭାମା ଜୁଏଲର୍ସ, ଅଳଙ୍କ୍ରିତ, ଆଡୋର୍ନାମେଣ୍ଟ୍ସ, କାଫିୟତ୍, ଖଦି ଦ ଡିଜାଇନର କଲେକ୍ସନ, ନମନ୍ସ, ଏରିକା, ଜାଗୃତି କନ୍ସେପ୍ଟ, ଭେଷ୍ଟାଜୋ ବୁଟିକ୍, ଖୁସି ସିଲେକ୍ସନ, ଫ୍ଲୋରା, ଏଲିଗାନ୍ସ ଇତ୍ୟାଦି । ରାକ୍ଷୀ ଏବଂ ତିଜ୍ ପାଇଁ ସ୍ୱତନ୍ତ୍ର କଲେକ୍ସନ ରହିଛି ।ଗୋଟିଏ ଛାତ ତଳେ ଫ୍ୟାସନପ୍ରେମୀ ଏକାଧିକ ଫ୍ୟାସନ୍କୁ ପରଖିପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ ।
Comments are closed, but trackbacks and pingbacks are open.