ଆର୍ଆଇଏଲ୍ ରାଜସ୍ୱରେ ୨୨.୧% ବୃଦ୍ଧି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ବିଲିୟନେୟାର ମୁକେଶ ଅମ୍ବାନିଙ୍କ ଅଧିକୃତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(ଆର୍ଆଇଏଲ୍) ୧୭୨,୯୫୬ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି । ଗତ ଆର୍ଥିକବର୍ଷ ସମାନ ସମୟରେ ଏହା ୧୪୧,୬୯୯ କୋଟି ଟଙ୍କା ଥିଲା । ଗତବର୍ଷ ତୁଳନାରେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଏଥିରେ ୨୨.୧ଧ ବୃଦ୍ଧି ଘଟିଛି । କମ୍ପାନିର ରାଜସ୍ୱ ବୃଦ୍ଧିରେ ଡିଜିଟାଲ ସେବା ଜିଓ ଏବଂ ରିଟେଲ ବ୍ୟବସାୟ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଗତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ କମ୍ପାନି ୯,୪୫୯ କୋଟି ଟଙ୍କାର ନେଟ୍ ଲାଭ ହାସଲ କରିଥିବାବେଳେ ଚଳିତ ଆର୍ଥିକବର୍ଷ ସମାନ ସମୟରେ ଏହା ୧୦,୧୦୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଟିକସ ପୂର୍ବବର୍ତ୍ତୀ ଲାଭରେ ୪.୭ଧ ବୃଦ୍ଧି ଘଟି ୧୪,୩୬୬ କୋଟି ଟଙ୍କା ହୋଇଛି । ଆର୍ଆଇଏଲ୍ର ଟେଲିକମ୍ ବ୍ୟବସାୟ ଜିଓ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ୮୯୧ କୋଟି ଟଙ୍କାର ଲାଭ ହାସଲ କରିଛି । ଗତ ଆର୍ଥିକବର୍ଷ ସମାନ ସମୟରେ କମ୍ପାନିର ନେଟ୍ ଲାଭ ୬୧୨ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ପାଖାପାଖି ୪୬ଧ ବୃଦ୍ଧି ଘଟିଛି । ଆର୍ଆଇଏଲ୍ର ରିଟେଲ ଆର୍ମ ରାଜସ୍ୱରେ ୪୮ଧ ବୃଦ୍ଧି ଘଟିଛି । ୨୦୧୯ ଜୁନ୍ ୩୦ରେ ଶେଷ ହୋଇଥିବା ତ୍ରୟମାସରେ କମ୍ପାନିର ରିଟେଲ ବ୍ୟବସାୟ ୩୮,୧୮୬ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛି । ଗତ ଆର୍ଥିକବର୍ଷ ସମାନ ସମୟରେ ଏହା ୨୫,୯୮୦ କୋଟି ଟଙ୍କା ଥିଲା । ଏହି ଅବସରରେ ଆର୍ଆଇଏଲ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, ବିଶ୍ୱ ମାକ୍ରୋ ଅର୍ଥନୈତିକ ସ୍ଥିତି ଦୁର୍ବଳ ଥିବା ସତ୍ତେ୍ୱ ଆମର ପ୍ରଦର୍ଶନ ଉତ୍ସାହଜନକ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons