ଆର୍ମି ଏଡି କଲେଜରେ ରାଷ୍ଟ୍ରପତି

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ (ଏଏଡିସି) ପାସିଂ ଆଉଟ୍ ପ୍ୟାରେଡ୍ରେ ଯୋଗଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅପରାହ୍ନରେ ପହଞ୍ଚିଛନ୍ତି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ଅପରାହ୍ନ ୩ଟା ୪୦ରେ ସୁରକ୍ଷା ବାହିନୀ ଓ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିଥିଲା । ଏଠାରୁ କଡ଼ା ସୁରକ୍ଷା ଭିତରେ ରାଷ୍ଟ୍ରପତିଙ୍କୁ କାର୍କେଡ୍ କରି ଏଏଡିସି ପରିସରକୁ ନିଆଯାଇଥିଲା । ସେଠାକାର ପ୍ରେସିଡେନ୍ସିଆଲ୍ ସୁଟ୍ରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ଶନିବାର ସକାଳେ ଏଏଡିସିର ପାସିଂ ଆଉଟ୍ ପ୍ୟାରେଡ୍ରେ ଯୋଗଦେବା ସହ ଏହି ସେନା ପ୍ରତିÂାନକୁ ସମ୍ମାନଜନକ ପ୍ରେସିଡେଣ୍ଟ୍ସ୍ କଲର୍ ଆୱାର୍ଡ ପ୍ରଦାନ କରିବେ । ରାଷ୍ଟ୍ରପତିଙ୍କ ସହ ତାଙ୍କ ଧର୍ମପତ୍ନୀ କବିତା କୋବିନ୍ଦ, ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୋଳାବନ୍ଧରେ ପହଞ୍ଚିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଷ୍ଟ୍ରପତିଙ୍କୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ସ୍ୱାଗତ କରିଥିଲେ । ଦକ୍ଷିଣାଞ୍ଚଳ ଆର୍ଡିସି ତାମ୍ଜେନ୍ ଆପାଙ୍ଗ ଆଓ, ପୁଲିସ ଆଇଜି (ଅପରେସନ୍) ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଭିତରେ ନେଇ ଗୋଳାବନ୍ଧରେ ପହଞ୍ଚିଥିଲେ ।

ରାଷ୍ଟ୍ରପତି ପହଞ୍ଚିବାର କିଛି ସମୟ ପରେ ଦେଶର ସ୍ଥଳ ସେନା ମୁଖ୍ୟ ତଥା ଚିଫ୍ ଅଫ୍ ଷ୍ଟାଫ୍ କମିଟି (ସିଏସ୍ସି) ଅଧ୍ୟକ୍ଷ ବିପିନ ରାୱତ ଅନ୍ୟ ଏକ ହେଲିକପ୍ଟରରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ଅବତରଣ କରି ଏଏଡିସି ପରିସରକୁ ଯାଇଥିଲେ । ପାଇଲଟ୍ ତାଙ୍କୁ କଡ଼ା ସୁରକ୍ଷା ଭିତରେ ନେଇଥିଲେ । ତିନୋଟି ହେଲିକପ୍ଟରକୁ ପୁଲିସ ଓ ଆର୍ମି ଅଫିସର ମାନେ ଜଗି ରହିଛନ୍ତି । ଗୋଳାବନ୍ଧ ଏଏଡିସି ପରିସରକୁ ଯାଇ ରାତ୍ରୀଯାପନ କରିବା ସହ ଶନିବାର ପାସିଂ ଆଉଟ୍ ପ୍ୟାରେଡ୍ ଓ କଲର୍ ଆୱାର୍ଡ ପ୍ରଦାନ ସମାରୋହରେ ଯୋଗ ଦେଇ ପୁଣି ରଙ୍ଗେଇଲୁଣ୍ଡା ଏୟାର୍ଷ୍ଟ୍ରିପ୍ ଆସିବେ । ସେଠାରୁ ଭୁବନେଶ୍ୱର ଫେରିଯିବେ ରାଷ୍ଟ୍ରପତି ।

ଆଜି ଅପରାହ୍ନରେ ପ୍ରଥମେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଓ ତାଙ୍କ ପତ୍ନୀ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରର ଏରୋଡ୍ରମ ପଡ଼ିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଉତ୍ତରୀୟ ଦେଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ସମୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ପୁଲିସ ମହାନିଦେ୍ର୍ଧଶକ ବିଜୟ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଗଞ୍ଜାମର ରଙ୍ଗେଇଲୁଣ୍ଡା ଅଭିମୁଖେ ଉଡ଼ାଣ ଭରିଥିଲେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ-ବୁକ୍ ଅନୁସାରେ ସମସ୍ତ ପ୍ରୋଟୋକଲ୍କୁ ଧ୍ୟାନରେ ରଖି ବିସ୍ତୃତ ବ୍ୟବସ୍ଥା କରାଯାଇଛି । ମୁଖ୍ୟତଃ ଏୟାର୍ଷ୍ଟ୍ରିପ୍ ସୁରକ୍ଷା, ଟ୍ରାଫିକ୍ ଆଣ୍ଡ୍ ରୁଟ୍ ଲାଇନିଂ, ରାଷ୍ଟ୍ରପତିଙ୍କ ଯାତାୟାତ (ମୋବିଲିଟି) ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏୟାର୍ଷ୍ଟ୍ରିପ୍ ସୁରକ୍ଷା ଓ ରୁଟ୍ ଲାଇନିଂରେ ମୋଟ ୧୨ ପ୍ଲାଟୁନ୍ ଫୋର୍ସ ସମେତ ପ୍ରାୟ ୧୦୦ରୁ ଅଧିକ ଏଏସ୍ପି, ଡିଏସ୍ପି, ଇନ୍ସପେକ୍ଟର୍ ଓ ଅନ୍ୟ ର୍ୟାଙ୍କ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି । ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ୩ଟି ସନ୍ଧାନୀ କୁକୁର ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons