କ. ନୂଆଗାଁ, (ବି.ବି.ନୁ୍ୟଜ୍): ଆଳୁ ବୋଝେଇ ମାସ୍କ ପିକ୍ଅପ୍ ଭ୍ୟାନ୍ରେ ଗଞ୍ଜେଇ ଚାଲାଣ । ଭ୍ୟାନରୁ ଏକ କ୍ୱିଣ୍ଟାଲ ୨୫ କିଲୋ ଗଞ୍ଜେଇ ଜବତ ହେବା ସହ ୨ ଜଣଙ୍କୁ ଗିରଫ କରିଛି । କ.ନୂଆଗାଁ ପୋଲିସ । ଏହା ସହ ପୋଲିସ ଉକ୍ତ ମାସ୍କ ଭ୍ୟାନକୁ ମଧ୍ୟ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ା ଅଞ୍ଚଳରୁ ପଶ୍ଚିମବଙ୍ଗର କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର କ.ନୂଆଗାଁ ପୋଲିସକୁ ମିଳିବା ପରେପୋଲିସ ସମ୍ପୃକ୍ତ ଗାଡିକୁ ସିନ୍ତିଗୁଡ଼ା ନିକଟରୁ ସିଜ୍ କରିଥିଲା । ଘଟଣା ସ୍ଥଳରୁ ୨ ଗଞ୍ଜେଇ ମାଫିଆ ଚମ୍ପଟ ମାରିଛନ୍ତି । ତେବେ ଗିରଫ ହୋଇଥିବା ଚତନ ଏସକେ ଜୟନାଲ ଆନସାରି ନାମକ ଦୁଇ ଜଣ ମାଫିଆଙ୍କୁ ପୋଲିସେ କାର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.