ଆଶାକର୍ମୀଙ୍କ ସମେତ ଦୁଇ ମୃତ, ଗର୍ଭବତୀ ଗୁରୁତର

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ତୁମୁସିଂହା ଥାନା ଖଟୁଆହତାଠାରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ କାର୍ ଓଲଟି ପଡ଼ିବାରୁ ଆଶାକର୍ମୀଙ୍କ ସମେତ ଦୁଇ ଜଣଙ୍କର ମୃତୁ୍ୟ ହୋଇଛି । ଦୁର୍ଘଟଣାରେ ଜଣେ ଗର୍ଭବତୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଭୁବନ ଥାନା ଅନ୍ତର୍ଗତ ମଠକରଗୋଳା ଗାଁର ସୁଶାନ୍ତ ଦାସଙ୍କ ଗର୍ଭବତୀ ପତ୍ନୀ ପୁଷ୍ପାଞ୍ଜଳି ବେହେରା (୩୫), ମା’ ନିରେଇ ଦାସ(୬୫) ଓ ଆଶାକର୍ମୀ ଲକ୍ଷ୍ମୀପ୍ରିୟା ନାୟକ ଚିକିତ୍ସା ନିମନ୍ତେ ଆଜି ପୂର୍ବାହ୍ନରେ କାର୍ ଯୋଗେ ଢେଙ୍କାନାଳ ଯାଇଥିଲେ । ସେଠାରୁ ଅପରାହ୍ନ ପ୍ରାୟ ସାଢେ଼ ଦୁଇଟା ସମୟରେ ଫେରୁଥିବା ବେଳେ ତୁମୁସିଂହା ଥାନା ଅନ୍ତର୍ଗତ ଖଟୁଆହତାଠାରେ କାର୍(ଓଡି ୧୯ବି ୪୦୮୯)ଟି ଭାରସାମ୍ୟ ହରାଇ ଏକ କଲଭର୍ଟରେ ପିଟି ହୋଇଥିଲା । %କ୍କା ହେବା ପରେ ରାସ୍ତା ପାଶ୍ୱର୍କୁ କାର୍ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ନିରେଇଙ୍କ ମୃତୁ୍ୟ ହୋଇଥିଲା । ଗୁରୁତର ଅବସ୍ଥାରେ ଅନ୍ତଃସତ୍ତ୍ୱା ପୁଷ୍ପାଞ୍ଜଳି ଓ ଆଶାକର୍ମୀ ଲକ୍ଷ୍ମୀପି୍ରୟାଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା%ୀନ ଅବସ୍ଥାରେ ଲକ୍ଷ୍ମୀପ୍ରିୟାଙ୍କର ମୃତୁ୍ୟ ହୋଇଥିବା ବେଳେ ଗୁରୁତର ପୁଷ୍ପାଞ୍ଜଳିଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତୁମୁସିଂହା ପୁଲିସ ପହଞ୍ଚô ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ପୁଲିସ ତଦନ୍ତ ଚଳାଇଛି । ଦୁର୍ଘଟଣା ପରେ କାର୍ ଚାଳକ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons