ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ କରୋନା

Get real time updates directly on you device, subscribe now.

କେନ୍ଦ୍ରାପଡ଼ା, (ବି.ବି.ବୁ୍ୟରୋ): କେନ୍ଦ୍ରାପଡ଼ା ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୮ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମ୍ସି)ରେ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ । ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଏମାନେ ନିୟୋଜିତ ହୋଇଥିଲେ । ଏମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନଥିଲା । ତେବେ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି । ଅନ୍ୟପକ୍ଷରେ ଏହି ରିପୋର୍ଟ ଆସିବା ପରେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ୪୮ ଘଣ୍ଟା ପାଇଁ ଏହି ଦୁଇ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନ୍ୟ ୧୨ ଜଣ ଗୁଜରାଟ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ ସୁସ୍ଥ ହୋଇସାରିଛନ୍ତି । ବାକି ୪୯ ଜଣଙ୍କ ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons