ଆଶା, ଅପେକ୍ଷାରେ ଆଦିବାସୀ ମହିଳା

Get real time updates directly on you device, subscribe now.

ଠାକୁରମୁଣ୍ଡା,(ବି.ବି.ନୁ୍ୟଜ୍): ଟସରରୁ ସୂତା କାଟିବା ପାଇଁ ଠାକୁରମୁଣ୍ଡା ବ୍ଲକ୍ର ବିଭିନ୍ନ ଗାଁରେ ବୁନିୟାଦ ମେସିନ୍ର ପ୍ରଦର୍ଶନ କଲା କଟକ ରେଶମ ବୈଷୟିକ ସେବା ସଂସ୍ଥା । ଏହାଦ୍ୱାରା ଜୀବିକା ନିର୍ବାହ ପାଇଁ ଆଦିବାସୀ ମହିଳାମାନେ ଆଗ୍ରହ ପ୍ରକାଶ କଲେ । ମେସିନ୍ ପାଇଁ ୯୮ ଜଣ ଆଦିବାସୀ ମହିଳା ଆବେଦନ ମଧ୍ୟ କଲେ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ମଞ୍ଜୁର କରି ସାରିଛନ୍ତି । ହେଲେ ଆବେଦନ କରିଥିବା ମହିଳାଙ୍କ ମଧ୍ୟରୁ ମାତ୍ର ୧୦ ଜଣ ମହିଳାଙ୍କୁ ଏହି ମେସିନ୍ ମିଳିଛି । ସେମାନେ ମଧ୍ୟ ବାକି ୧୦% ଟଙ୍କା ଜମା କରିଛନ୍ତି । ହେଲେ ଅନ୍ୟ ମହିଳାଙ୍କୁ ମେସିନ୍ ଯୋଗାଇଦେବା ପାଇଁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଅଧିକାରୀ ପ୍ରତିଶ୍ରୁତି ଦେଇ ବାରମ୍ବାର ଭୁଅାଁ ବୁଲାଉଥିବା ଉକ୍ତ ମହିଳାମାନେ ଅଭିଯୋଗ କରିଛନ୍ତି । ମେସିନ ମିଳିବ କି ନାହିଁ ବୋଲି ସେମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି ।
ଉକ୍ତ ସଂସ୍ଥା ପକ୍ଷରୁ ସୂତାକଟା ମେସିନ୍ ପାଇବା ଲାଗି ଠାକୁରମୁଣ୍ଡାର ଆଦିବାସୀ ମହିଳାମାନେ ବର୍ଷେ ହେଲା ଅପେକ୍ଷା କରିଛନ୍ତି । ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଏବଂ ସେରିଫେଡ୍ର ମଧୁଚନ୍ଦ୍ରିକା ଭିତରେ ଠାକୁରମୁଣ୍ଡାର ଆବେଦନକାରୀ ଆଦିବାସୀ ମହିଳା ମେସିନ୍ ପାଇବାରୁ ବଞ୍ଚିତ ହୋଇଛନ୍ତି । ସବ୍ସିଡିରେ ଉକ୍ତ ବୁନିୟାଦ ମେସିନ ପ୍ରଦାନ ପାଇଁ କେନ୍ଦ୍ରୀୟ ରେଶମ ବୋର୍ଡ ୨୦୧୯ ଏପ୍ରିଲ୍ ୧ରେ ୬୫ଧ ଟଙ୍କା ଏବଂ ରାଜ୍ୟ ସରକାର ୨୫% ଅର୍ଥ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସେରିଫେଡ୍ରେ ଟଙ୍କା ଜମା ହେଲା । ଏହାପରେ ମେସିନ କିଣି ହସ୍ତାନ୍ତର କରିବା ଦାୟିତ୍ୱ ଉକ୍ତ ବିଭାଗର । ଅନ୍ୟପଟେ ନାବାର୍ଡ ପକ୍ଷରୁ ସୂତାକଟା ପାଇଁ ୧୫୦ ମହିଳାଙ୍କୁ ତାଲିମ୍ ଦିଆଯାଇଛି । ୨୦୧୯ ଜୁଲାଇରେ ଓଡ଼ିଶାକୁ ଆସିଥିବା ୧୦ଟି ମେସିନ ଠାକୁରମୁଣ୍ଡାର ୧୦ ଜଣ ଆଦିବାସୀ ମହିଳାଙ୍କୁ ଦିଆଯାଇଛି । ଉକ୍ତ ମହିଳାମାନେ ବାକି ୧୦% ଅର୍ଥ ଦେଇଛନ୍ତି । ଅନ୍ୟ ମହିଳାମାନେ ଆଜି ଯାଏଁ ମେସିନ୍ ପାଇପାରି ନାହାନ୍ତି । ଏନେଇ ବାରମ୍ବାର ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ନିଦେ୍ର୍ଧଶକଙ୍କୁ ଭେଟିଛନ୍ତି । ଖୁବ୍ଶୀଘ୍ର ମେସିନ୍ କିଣାଯିବ ବୋଲି ସେ କେବଳ ମିଥ୍ୟା ଆଶ୍ୱାସନା ଦେଇଥିବା ଏହି ମହିଳାମାନେ ଅଭିଯୋଗ କରିଛନ୍ତି । ଗତ ଜାନୁଆରୀ ୨୪ରେ ମୟୂରଭଞ୍ଜ ଜିଲ୍ଲା ଡିଆର୍ଡିଏ ପ୍ରକଳ୍ପ ନିଦେ୍ର୍ଧଶକ ଚଞ୍ଚଳ ରଣା ଟସର ସୂତାକଟା ଦେଖିବାକୁ ଆସି ମେସିନ ମିଳି ନ ଥିବା ତଥା ଜିଏସ୍ଟି ନେଇ ଥିବା ଅଚଳାବସ୍ଥା ସମ୍ପର୍କରେ ବାରମ୍ବାର ହସ୍ତତନ୍ତ ଓ ବୟନ ଶିଳ୍ପ ନିଦେ୍ର୍ଧଶକଙ୍କୁ ଜଣାଇଛନ୍ତି । ମାତ୍ର ଫଳ ଶୂନ ।
ସେରିଫେଡ୍ରେ ମାସମାସ ଧରି ଜମା ରହିଥିବା ଲକ୍ଷଲକ୍ଷ ଟଙ୍କା କାହା ସ୍ୱାର୍ଥସାଧନରେ ବୋଲି ଏବେ ପ୍ରଶ୍ନ କରିଛନ୍ତି ପୁରୁଣାପାଣି ଗାଁର ଶାନ୍ତି ଗାଗରାଇଙ୍କ ସମେତ ଅନ୍ୟ ଆଦିବାସୀ ମହିଳା । ପ୍ରତାରିତ ଆଦିବାସୀ ମହିଳାଙ୍କୁ ତୁରନ୍ତ ଉକ୍ତ ମେସିନ ପ୍ରଦାନ ଦିଗରେ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons