ଆଶୀର୍ବାଦଙ୍କୁ ଜେଲ୍ : ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ୍ ଆବେଦନ ଖାରଜ

Get real time updates directly on you device, subscribe now.

କଟକ : ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ । ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ଜାମିନ୍ ଆବେଦନ ଖାରଜ କରିଛନ୍ତି । ହୋଟେଲ ମାଲିକ କମଳାକାନ୍ତ ଦାସଙ୍କର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି । ଅକ୍ଟୋବର ୧ରେ ପରବର୍ତ୍ତି ଶୁଣାଣି କରାଯିବ ।
ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରିଥିଲା ସିବିଆଇ । ଭୋରରୁ ଆଶୀର୍ବାଦଙ୍କ ଘରେ ରେଡ୍ କରିଥିଲା ସିବିଆଇ । ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ଆଶୀର୍ବାଦଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିଲା । ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରିଥିଲା ।
ଅର୍ଥତତ୍ତ୍ବ ମାମଲାରେ ଗତ ୨୮ତାରିଖରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ମୋଟ୍ ୩ ଜଣଙ୍କ ନାଁରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତହେଲେ ଖାରବେଳ ନଗର ଥାନା ପାଖରେ ଥିବା ହୋଟେଲ ସୋଲାନ ଇନ୍ ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା। ଆଗରୁ କମଳାକାନ୍ତ ବି ଜେରାର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍ ସହ ୪ଟି ଅତିରିକ୍ତ ଚାଜସିଟ୍ ଦାଖଲ କରିସାରିଥିବା କୁହାଯାଉଛି। ତେବେ ସିବିଆଇ ଅଧିକାରୀ କହିଛନ୍ତି ଆଶୀର୍ବାଦଙ୍କ ବିରୋଧରେ ରିମାଣ୍ଡ କରଯାଇଛି । ପୂର୍ବରୁ ଚାର୍ଜସିଟ ଦାଖଲ ହୋଇଛି । ଏନବିଡବ୍ଲୁ ଜରିଆରେ ତାଙ୍କୁ ଗିରଫ କରାଯାଇଛି ।
ଅର୍ଥତତ୍ବ ଚିଟଫଣ୍ଡ କମ୍ପାନୀ ସହ ଆଶୀର୍ବାଦ ଏବଂ ଓସିଏ ୧କୋଟି ଟଙ୍କା କାରବାର ମାମଲାରେ ସିବିଆଇ ଚାର୍ଜସିଟ୍ ଦେଇଛି । ଆଶୀର୍ବାଦଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସ ଏବଂ ସମ୍ବିତ କୁମାର ଖୁଣ୍ଟିଆଙ୍କ ବିରୋଧରେ ମାମଲା ରହିଛି । ଏନେଇ ଅଗଷ୍ଟ ୨୦୧୪ରେ ଓସିଏ ଅଫିସ ଏବଂ ଆଶୀର୍ବାଦ ବେହେରାଙ୍କ ଘରେ ସିବିଆଇ ରେଡ୍ କରିଥିଲା । ତାପରେ ସିବିଆଇ ଆଶୀର୍ବାଦଙ୍କୁ ୫ଥର ଜେରା କରିଛି । ଓସିଏ ଷ୍ଟାଫଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଛି । ବେଆଇନ ଅର୍ଥତତ୍ତ୍ବ କମ୍ପାନୀକୁ ଓସିଏ ପ୍ରମୋସନ କରିଥିବା ଚାର୍ଜସିଟ୍ ରେ ରହିଛି । ଓପିଏଲ୍ ଖେଳ ଆୟୋଜନ କରିବା ଲାଗି ଓସିଏକୁ ଅର୍ଥତତ୍ତ୍ବ ଚିଟଫଣ୍ଡ ୧କୋଟି ଟଙ୍କା ଦେଇଥିବା ସିବିଆଇ ଚାର୍ଜସିଟ୍ ରେ ଉଲ୍ଲେଖ କରିଛି । ଯାଞ୍ଚ ସମୟରେ ମିଳିଥିବା ପ୍ରମାଣ ଆଧାରରେ ଆଶୀର୍ବାଦଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି ସିବିଆଇ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons