ବାହୁବଳୀ ଷ୍ଟାର୍ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’ର ଟିଜର୍ ସୋସିଆଲ୍ ମିଡିଆରେ ରିଲିଜ୍ ହୋଇଛି । ଗତ କିଛି ଦିନ ପୂର୍ବରୁ ପୋଷ୍ଟର୍ ରିଲିଜ୍ ହୋଇଥିବାବେଳେ ଆଜି ପ୍ରଥମ ଟିଜର୍ ରିଲିଜ୍ ହୋଇଛି । ସେଥିରେ ପ୍ରଭାସଙ୍କ ଆଶ୍ଚର୍ଯ୍ୟକର ଆକ୍ସନ୍ ଦେଖିବାକୁ ମିଳିଛି । ଟିଜର୍ଟି ଏତେ ସୁନ୍ଦର ହୋଇଛି ଯେ, ଆକ୍ସନ୍ ଆଖିର ପଲକ ପକାଇବାକୁ ଦେବ ନାହିଁ ବରଂ ନିଃଶ୍ୱାସ ଅଟକାଇ ଦେବ । ଶ୍ରଦ୍ଧା କପୁର୍ଙ୍କଠାରୁ ଆରମ୍ଭ ହେଉଥିବା ଏହି ଟିଜର୍ ପୂରା ପ୍ରଭାସଙ୍କ ଆକ୍ସନ୍ରେ ଭରପୂର । ଆସନ୍ତା ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବାକୁ ଥିବା ଏ ସିନେମାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏହା ପ୍ରଭାସଙ୍କ ‘ବାହୁବଳୀ’ ରେକର୍ଡ କାଟିବ ବୋଲି ଆଶା ରହିଛି ।
Comments are closed, but trackbacks and pingbacks are open.