ଆସୁଛି ଅମ୍ଫାନ୍: ସୁନ୍ଦରବନରେ ମାଡ଼ ହେବ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ବଙ୍ଗୋପସାଗର ସୁପର ସାଇକ୍ଲୋନ ବା ମହାବାତ୍ୟାରେ ପରିଣତ ହୋଇଥିବା ଅମ୍ଫାନ୍ ପାରାଦୀପଠାରୁ ୭୭୦ କି.ମି. ଦୂରରେ ରହିଛି । ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ଲ୍ୟାଣ୍ଡଫଲ୍ କରିବା । ଦୀଘା- ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିପାରେ । ଅତି ଭୟଙ୍କର ଝଡ଼ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୬୫ରୁ ୧୭୫ କି.ମି. ରହିବ । ସୋମବାର ଉତ୍ତର ଓଡ଼ିଶା ଉପକୂଳରେ ୫୫ରୁ ୬୫ କିମି ବେଗରେ ପବନ ବହିବ । ୧୯ ତାରିଖ ସକାଳୁ ପବନର ବେଗ ୭୫ କିମିରୁ ଅଧିକ ରହିବ । ୨୦ ତାରିଖରେ ପବନର ବେଗ ୧୧୦ ରୁ ୧୨୦ କମି ପର୍ଯ୍ୟନ୍ତ ରହିବ । ୧୯ ଓ ୨୦ ରେ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ । ମହାବାତ୍ୟା ଅମ୍ଫାନ୍ ନେଇ ଆଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଦୀଘା ଏବଂ ହାତିଆ ମଧ୍ୟରେ ଅମ୍ଫାନ୍ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ୍ ବେଳେ ଉପକୂଳରେ ୬ମିଟର ଉଚ୍ଚ ଜୁଆର ଉଠିବ । ସେହିପରି ଆଇଏମ୍ଡି ଡଜି ମୃତୁ୍ୟଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ୧୯୯୧ରୁ ଏଯାଏ ଯେତିକି ବାତ୍ୟା ହୋଇଛି ୧୯ ସବୁଠୁ ବଡ଼ ରହିଛି । ୧୯୯୯ ମହାବାତ୍ୟା ୩୦ ଘଣ୍ଟା କାଳ ତାଣ୍ଡବ ରଚାଇଥିଲା । ୨୦୦୬ ରେ ତାମିଲନାଡୁ ହିଟ୍ କରିଥିବା ବାତ୍ୟା ଅଗ୍ନି ସବୁଠୁ ଛୋଟ ଥିଲା । ୧୯୯୯ ପରେ ଅମ୍ଫାନ୍ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟ ବୋଲି ସେ ସୂଚନା ଦେଇଛନ୍ତି । ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ହେବ । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ବାତ୍ୟା ଅମ୍ଫାନ୍ ମୁକାବିଲା ପାଇଁ ୪ ବରିÂ ଆଇଏଏସ୍ଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ପାଇଁ ମଧୁସୂଦନ ପାଢ଼ୀ, ଭଦ୍ରକ ପାଇଁ ସୁଶିଲ ଲୋହାନି, କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons