ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା ଆମ୍ଫାନ୍ ୨୦ ତାରିଖ ସକାଳ ସୁଦ୍ଧା ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ । ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କମି.ମି. ଦୂରରେ ରହିଥିବା ଲଘୁଚାପ ଅବପାତର ରୂପ ନେଇ ସାରିଥିବା ବେଳେ ଶନିବାର ବାତ୍ୟାର ରୂପ ନେଇପାରେ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଥିବା ବେଳେ ଆଉ ଟିକେ ପାଖକୁ ଆସିଲେ ପ୍ରକୃତ କେଉଁଠି ଛୁଇଁବ କହିହେବ ବୋଲି କହିଛନ୍ତି ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ସ୍ଥଳଭାଗ ଛୁଇଁବା ବେଳେ ୧୫୦-୧୬୦ କି.ମି. ବେଗରେ ପବନ ବହିପାରେ । ତେବେ ବାତ୍ୟାର ପରିଥି ଅତି କମ୍ରେ ୫୦୦ କି.ମି. ପରିବ୍ୟାପ୍ତ ହୋଇଥାଏ । ଏମିତିକି ବାତ୍ୟାର କୋର୍ ଅଞ୍ଚଳଟି ୧୦୦ କି.ମି. ପରିବ୍ୟାପ୍ତ ଥାଏ ବୋଲି କହିଛନ୍ତି ଆଇଏମ୍ଡି ଡିଜି । ଏଥିସହ ସେ କହିଛନ୍ତି , ସମ୍ଭାବ୍ୟ ବାତ୍ୟା ଆମ୍ଫାନର ତୀବ୍ରତା ବୁଲବୁଲ୍ଠୁ ଅଧିକ ରହିବ । ଏହା ବୁଲବୁଲ୍ଠୁ ଅଧିକ ତୀବ୍ର ହେବ ବୋଲି ଅକଳନ କରାଯାଉଛି । ବାତ୍ୟାର ପ୍ରଭାବ ସମ୍ପର୍କରେ କହିବାକୁ ଯାଇ ଆଇଏମ୍ଡି ଡିଜି କହିଛନ୍ତି, ୧୮ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ । ୧୯ ରୁ ର୍ବୋ, ପବନ ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ୧୯ ତାରିଖ ସକାଳେ ୪୫ରୁ ୫୫କି.ମି. ବେଗରେ ପବନ ହେବ । ୧୯ ତାରିଖ ସନ୍ଧ୍ୟାରୁ ୨୦ ତାରିଖ ଯାଏ ୬୫ରୁ ୮୫ ବେଗରେ ପବନ ବହିବ । ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।
Comments are closed, but trackbacks and pingbacks are open.