ଆସ ଭାଉଜ ଖେଳିବା ରଜ

Get real time updates directly on you device, subscribe now.

ଫ୍ୟାଶନ୍ ଓ ଅଭିନୟ ତାଙ୍କ ନିଶା । ଛୋଟ ପରଦାରେ ସେ ଜଣେ ସଫଳ ଅଭିନେତ୍ରୀ ।
ଖୁବ୍ କମ୍ ଦିନରେ ଅହେତୁକ ସଫଳତା ପାଇ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛନ୍ତି । ତାଙ୍କର ସୁନ୍ଦର ଚେହେରା ଓ ନିପୁଣ ଅଭିନୟ ଦକ୍ଷତା ତାଙ୍କୁ ଦର୍ଶକଙ୍କ ନିକଟତର କରାଇପାରିଛି । ଏମିତି ଜଣେ ନାୟିକା ହେଲେ ଜାଙ୍କଲିନ୍ ପରିଡ଼ା । ଯିଏ ଏବେ “ଆସ ଭାଉଜ ଖେଳିବା ରଜ’ ମେଗା ରିଆଲିଟି ସୋ’ ପାଇଁ ଚର୍ଚ୍ଚାରେ ରହିଛନ୍ତି ଏବଂ ବହୁ ବ୍ୟସ୍ତ ବି । ଆମ ଟିଭି ପ୍ରଯୋଜିତ “ଆସ ଭାଉଜ ଖେଳିବା ରଜ’ ର ଶୀର୍ଷକ ସଙ୍ଗୀତରେ ସେ ଅଭିନୟ କରିଛନ୍ତି । ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ହେଉଥିବା ଏହି କାର୍ଯ୍ୟକ୍ରମରେ ବହୁ ବଡ଼ ବଡ଼ ସେଲିବ୍ରିଟିଙ୍କ ସହ ଜାଙ୍କଲିନ୍ଙ୍କୁ ଦେଖିବାକୁ ମିଳିବ ବୋଲି ଆମ ଟିଭି ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି । କାର୍ଯ୍ୟକ୍ରମକୁ ନେଇ ଜାଙ୍କଲିନ୍ ବହୁତ ଖୁସି ଅଛନ୍ତି । ଚୁଲ୍ବୁଲି ଜାଙ୍କଲିନ୍ ଇଣ୍ଡଷ୍ଟ୍ରିରେ ପାଦ ରଖିବା ପୂର୍ବରୁ ପ୍ରଥମେ ଜୀସାର୍ଥକର ଏହିଭଳି ଏକ ରିଆଲଟି ସୋ’ “ରଜ କୁଇନ୍’ରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ୨୦୧୬ର ‘ରଜ କୁଇନ୍’ର ମୁକୁଟ ପିନ୍ଧିଥିଲେ । ଅଭିନୟ ସହ ନୃତ୍ୟରେ ପ୍ରବୀଣା ଜାଙ୍କଲିନ୍ ପରେ ଜୀସାର୍ଥକର ଧାରାବାହିକ ‘ମୋ ଜେଜେମା’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏବେ ‘ହେ ପ୍ରଭୁ’ ଧାରାବାହିକରେ ଚମକ୍ରାର ଅଭିନୟ କରି ଦର୍ଶକଙ୍କ ମନ ଜିଣି ଚାଲିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି । ମୁ୍ୟଜିକ୍ ଭିଡ଼ିଓ “ହଲ ଚଲ ମନ’, “ନା’ ତତେ ଜଣା ନା’ ମତେ ଜଣା’ ଓ “ଅଲ୍ବିଦା ଜାନ୍’ ଆଦିରେ ସୁନ୍ଦର ଅଭିନୟ ଓ ନୃତ୍ୟ ପରିବେଷଣ କରି ଜାଙ୍କଲିନ୍ ଆଲୋଚନାର ପରିସର ତିଆରି କରିଥିଲେ । ଏବେ ତାଙ୍କର ନଜର ବଡ଼ ପରଦା ଉପରେ ରହିଛି । ଖୁସିର କଥା ନିକଟରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ତାଙ୍କୁ ତାଙ୍କ ଜୀବନସାଥୀ ବି ମିଳିଯାଇଛନ୍ତି । ଏକାବେଳେ ଏତେଗୁଡ଼ିଏ ଖୁସି ଖବର ପାଇ ଜାଙ୍କଲିନ୍ ବିଭୋର ହୋଇପଡ଼ିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons