ଆହୁରି ସଂସ୍କାର ଆଣିବ କେନ୍ଦ୍ର

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସ୍ଟି)ର ୨ ବର୍ଷ ପୂର୍ତ୍ତି ଅବସରରେ ଅର୍ଥ ମନ୍ତ୍ରାଳୟ ସୋମବାର କିଛି ସଂସ୍କାର ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି । ନୂଆ ରିଟଣ୍ଣ ର୍ ଫର୍ମ ପ୍ରଚଳନ କରାଯିବ । ସେହିଭଳି କ୍ୟାସ୍ ଲେଜର ସିଷ୍ଟମ୍କୁ ସହଜ କରାଯିବା ସହ ରିଫଣ୍ଡ ପ୍ରଦାନ ବ୍ୟବସ୍ଥାକୁ ସରଳ କରାଯାଇପାରେ ବୋଲି ସୂଚନା ମିଳିଛି । ଦୁଇବର୍ଷ ପୂର୍ତ୍ତି ଅବସରରେ ସୋମବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର ଅର୍ଥ ତଥା କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅଧ୍ୟକ୍ଷତା କରିବେ । ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରବିବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି । ଇସ୍ତାହାରରେ କୁହାଯାଇଛି ଯେ ଭାରତୀୟ ଅର୍ଥନୀତି ପାଇଁ ଜିଏସ୍ଟି ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି । କାରଣ ଏହାଦ୍ୱାରା ଦେଶରେ ପ୍ରଚଳିତ ହେଉଥିବା ଏକାଧିକ ଟିକସ ବ୍ୟବସ୍ଥାର ଅବସାନ ଘଟିଛି । ଜଟିଳ ଟିକସ ଢାଞ୍ଚା ମଧ୍ୟ ହଟିବା ସହ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିଛି ଏବଂ ପ୍ରଯୁକ୍ତି ବ୍ୟବହାର ବୃଦ୍ଧି ପାଇଛି । ଏହି ଇସ୍ତାହାର ଦର୍ଶାଇଛି ଯେ ସୋମବାର ସରକାର ନୂଆ ଜିଏସ୍ଟି ରିଟଣ୍ଣ ର୍ ବ୍ୟବସ୍ଥା ଆରମ୍ଭ କରିବେ । ଜୁଲାଇ ୧ରୁ ଏହା ପରୀକ୍ଷାମୂଳକ ଭାବେ ଲାଗୁ ହେବ । ଅକ୍ଟୋବରରୁ ଏହାକୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ । କ୍ଷୁଦ୍ର ଟିକସଦାତାଙ୍କ ପାଇଁ ‘ସହଜ’ ଓ ‘ସୁଗମ’ ରିଟଣ୍ଣ ର୍ ବ୍ୟବସ୍ଥା ଲାଗୁ ହେବା ନେଇ ପ୍ର୍ରସ୍ତାବ ରହିଛି । ଏହାବ୍ୟତୀତ ଇଲେକ୍ଟ୍ରୋନିକ୍ ଇନ୍ଭଏସ ବ୍ୟବସ୍ଥା ପର୍ଯ୍ୟାୟ ଭିତ୍ତିରେ ଲାଗୁ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons