ଆହୁରି ୪ ଯବାନ ଗୁରୁତର, ଏକାଧିକ ନିଖୋଜ!

Get real time updates directly on you device, subscribe now.

ନୂଆଦିଲ୍ଲୀ: ଗଲୱନ ଭ୍ୟାଲିରେ ଚାଇନା ସହ ସଂଘର୍ଷରେ ଆହୁରି ୪ ଜଣ ଭାରତୀୟ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସେନା ସୂତ୍ରରୁ ଜଣାପଡିଛି । ସେହିପରି ସୋମବାର ରାତିରେ ଘଟିଥିବା ସଂଘର୍ଷ ବେଳେ କିଛି ଭାରତୀୟ ଯବାନ ନିକଟସ୍ଥ ନଦୀକୁ ଖସି ପଡିଥିବା ଆଶଙ୍କା କରାଯାଉଛି । କେବଳ ଭାରତର ନୁହେଁ ଚାଇନାର କିଛି ଯବାନ ବି ସଂଘର୍ଷ ବେଳେନଦୀକୁ ଖସି ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ହେଲେ ସେନା ପକ୍ଷରୁ ଏଯାଏ ଏ ସମ୍ପର୍କରେ କିଛି କୁହାଯାଇ ନାହିଁ । ସୋମବାରା ରାତିରେ ଗଲୱନ ଭ୍ୟାଲିରେ ଦୁଇ ଦେଶର ସେନା ଯବାନ ମୁହାଁମୁହିଁ ହୋଇଥିଲେ । ଉଭୟେ ପରସ୍ପରକୁ ଟେକା ପଥର ମାଡ଼ କରିବା ସହ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଏପରିକି ବେସ୍ ବଲ୍ ଷ୍ଟିକ୍ରେ ଲୁହା ତାର ଗୁଡ଼ାଇ ମଧ୍ୟ ପରସ୍ପରକୁ ମାଡ଼ ମାରିଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ପ୍ରଥମେ ୩ ଜଣ ପ୍ରାଣ ହରାଇଥିବା କୁହାଯାଇଥିଲା । କିନ୍ତୁ ରାତିରେ ସେନା ପକ୍ଷରୁ ଆଉ ୧୭ ଜଣ ଯବାନ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା କଥା କୁହାଯାଇଛି । ସେହିପରି ଭାରତର ପାଲଟା ଆକ୍ରମଣରେ ପ୍ରାୟ ୪୩ ଜଣ ଚାଇନା ଯବାନ ମୃତାହତ ହୋଇଥିବା ସୂଚନା ମିଳିଛି । ହେଲେ ଚାଇନା ତରଫରୁ କିଛି ବି କୁହାଯାଇ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons