ଆୟତ୍ତ ହେଲା ଶାଳବଣ ନିଆଁ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ବନ ବିଭାଗକୁ ଅପେକ୍ଷା କଲେନି । ଶାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ଗ୍ରାମବାସୀ । ପରେ ଖବର ପାଇ ପହଞ୍ଚିଥିଲେ ବନ କର୍ମଚାରୀ । ଗ୍ରାମବାସୀଙ୍କ ସହଯୋଗରେ ନିଆଁ ଲିଭାଇଥିଲେ । ଲୋକଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରାଯାଇଛି ।
ସରପଞ୍ଚ ପ୍ରତିମା ନାୟକ କହିଛନ୍ତି, ସଂଧ୍ୟା ସମୟରେ ଗାଁ ନିକଟ ଶାଳବଣରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ପାଖରେ ଶ୍ମଶାନ ଥିବାରୁ ନିଆଁ ଲାଗିଥିବା ଅନୁମାନ କରିଥିଲେ । ପରେ ଜଣାପଡିଥିଲା ଶାଳବଣରେ ନିଆଁ ଲାଗିଛି । ଏ ସମ୍ପର୍କରେ ଡିଏଫଓଙ୍କୁ ଫୋନରେ ଜଣାଇଥିଲେ । ବନ କର୍ମଚାରୀଙ୍କୁ ପଠାଇବାକୁ ଅନୁରୋଧ କରିଥିଲେ । ଏହା ପରେ ବନକର୍ମଚାରୀଙ୍କୁ ଅପେକ୍ଷା ନକରି ଗାଁର ରବୀନ୍ଦ୍ର ଚୌଧୁରୀ, ସୁରେନ୍ଦ୍ର ଚୌଧୁରୀ, ନାଏବ ସରପଞ୍ଚ ରାଜେନ୍ଦ୍ର ପ୍ରଧାନ, ତ୍ରିଲୋଚନ ଗୌଡ ଓ ପତି ଗୌଡଙ୍କ ସହ ସେ ଶାଳବଣକୁ ଯାଇଥିଲେ । ସେଠାରେ ଡାଳ ସାହାଯ୍ୟରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ବନ କର୍ମଚାରୀ ଆସିବା ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons