ନରାଜ,(ବି.ବି.ନୁ୍ୟଜ୍୍): ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ୩ଶହ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ କଲେଜ ଓ ଗବେଷଣା କେନ୍ଦ୍ରର ଶୁଭ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରତିÂାତା ରବିଶଙ୍କର ଯୋଗ ଦେଇ ଏହାର ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଏବେ ଏକ ଯୁଗରେ ପହଞ୍ଚôଛେ ଯେତେବେଳେ ଆମର ପ୍ରଚୀନ ପ୍ରଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଆମକୁ ସର୍ବୋକୃଷ୍ଟ ବିଶ୍ୱ ମିଳିପାରିଛି । ତନ୍ମଧ୍ୟରୁ ଆୟୁର୍ବେଦ ଅନ୍ୟତମ । ଆୟୁର୍ବେଦ ପାଞ୍ଚହଜାର ବର୍ଷ ପୁରୁଣା ପରମ୍ପରା ଯାହା ଏବେ ବିଜ୍ଞାନରେ ପରିଣତ ହୋଇସାରିଛି । କେବଳ ଆୟୁର୍ବେଦ ନୁହେଁ ଯୋଗ, ଜୈବିକ ଖାଦ୍ୟ, ସଫାସୁତରା ଓ ସବୁଜ ପରିବେଶରେ ଆମେ ବଞ୍ଚôବା ଶିଖୁଛୁ । ଶରୀରର ସୁସ୍ଥତା, ମନ ଓ ଆତ୍ମା ସହିତ ଆୟୁର୍ବେଦର ଅନ୍ତର୍ନୀହିତ ସମ୍ପର୍କ ରହିଛି ବୋଲି ନବୀନ ପ୍ରକାଶ କରିଛନ୍ତି । ଏହି ଅବସରରେ ରବିଶଙ୍କର ବକ୍ତବ୍ୟ ଦେଇ କହିଛନ୍ତି, ଏବେ ସାରା ବିଶ୍ୱ ଆୟୁର୍ବେଦକୁ ଅନୁକରଣ କରୁଛି । ଏହାର ଯଥେଷ୍ଟ ପ୍ରଭାବ ସମାଜ ଉପରେ ରହିଛି । ତେଣୁ ଓଡ଼ିଶାରେ ଆୟୁର୍ବେଦ କଲେଜ ଓ ଗବେଷଣା କେନ୍ଦ୍ର ପ୍ରତିÂା ହୋଇପାରିଲେ ଏହା ନିଶ୍ଚିତ ଶୁଭଙ୍କର ହେବ । ଓଡ଼ିଶା ସରକାରଙ୍କ ତରଫରୁ ଯେଉଁ ସବୁ ସହଯୋଗ ପ୍ରଦାନ କରାଯାଉଛି ସେଥିପାଇଁ ମୁଁ କୃତଜ୍ଞତା ଦେବାକୁ ଚାହିବି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ସମ୍ମାନିତ ଅତିଥି ଭାବେ ସାଂସଦ ଭର୍ତ୍ତୃହରି ମହତାବ, ପଦ୍ମଶ୍ରୀ ଭାରତ ଭୂଷଣ, ଡ.ରମେଶ ଭଟ୍ଟ, ଡ.ଏନ୍.ସି.ଦାସ, ଡ.ଭି.ଏସ୍.ରାମଚନ୍ଦ୍ର, ଡ.ଗିରିଧର ଜ୍ଞାନୀ, ପ୍ରଫେସର ବି.ଆର୍.ଶର୍ମା, ଜୁଆନ୍ ଗୁଲିଅନ୍ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.