ଆୟୁଷ୍ମାନ ଭାରତ ସର୍ତ୍ତ ବଦଳାଇଲେ ଓଡ଼ିଶା ଗ୍ରହଣ କରିବ: ଅମର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟୁଷ୍ମାନ ଭାରତ ଯୋଜନାରେ ଥିବା କିଛି ସର୍ତ୍ତ ଯଦି କେନ୍ଦ୍ର ସରକାର କୋହଳ କରିବେ ତେବେ ଯାଇ ଓଡ଼ିଶା ସରକାର ତାକୁ ରାଜ୍ୟରେ ଲାଗୁ କରିବେ । ରାଜ୍ୟସଭାରେ ଏହା କହିଛନ୍ତି ବିଜେଡି ସାଂସଦ ଡ.ଅମର ପଟ୍ଟନାୟକ ।
ଗୃହରେ ଏ ପ୍ରସଙ୍ଗରେ ଅତିରିକ୍ତ ପ୍ରଶ୍ନ କରି ଡ.ପଟ୍ଟନାୟକ କହିଲେ, ଆୟୁଷ୍ମାନ ଭାରତରେ ଗତବର୍ଷ ବଜେଟରେ ଯାହା ବରାଦ ହୋଇଥିଲା ଚଳିତ ବର୍ଷ ସେଥିରେ କିଛି ପରିବର୍ତ୍ତନ କରାଯାଇନି । ହେଲଥ ଓ େଓ୍ଲନେସ୍ ସେଣ୍ଟର ପ୍ରତିÂା ନେଇ ବିଶେଷ ଧ୍ୟାନ ଦିଆଯାନି । ପାଣ୍ଠି ବରାଦ କରାନଯାଇ କିଭଳି ଏ ଯୋଜନାକୁ କାର୍ଯ୍ୟକାରୀ କରାଯିବ? ଏହାଛଡ଼ା ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଆୟୁଷ୍ମାନ ଭାରତକୁ ଗ୍ରହଣ କରିବାରେ ଓଡ଼ିଶାର ଆପତ୍ତି ନାହିଁ, ମାତ୍ର ଏଥିରେ କିଛି ପରିବର୍ତ୍ତନ ପାଇଁ ରାଜ୍ୟର ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରୁ ବୋଲି ଡ. ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । ଏହାର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଥିଲେ ୨୦୨୨ ସୁଦ୍ଧା ଆମେ ଦେଢ଼ଲକ୍ଷ ହେଲଥ ଆଣ୍ଡ ୱେଲନେସ୍ ସେଣ୍ଟର ଖୋଲିବାକୁ ଆମେ ଟାର୍ଗେଟ୍ ନେଇଛୁ । ଏ ଦିଗକୁ ବିଚାର କରି ପାଣ୍ଠି ବରାଦ କରାଯାଉଛି ।
ସେହିଭଳି ରାଜ୍ୟସଭାରେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଶିକ୍ଷା କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶିକ୍ଷା କ୍ଷେତ୍ରରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶର ପ୍ରଭାବ ଆକଳନ କରାଯାଇଛି କି? ଏ ଦିଗରେ କେନ୍ଦ୍ର ସରକାର କେତେ ଅନୁଧ୍ୟାନ କରିଛନ୍ତି ବୋଲି ସସ୍ମିତ ଜାଣିବାକୁ ଚାହିଁଥିଲେ । ଏହାର ଜବାବରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଲେ, ଶିକ୍ଷାରେ ବିଦେଶୀ ନିବେଶ ନେଇ ଆମେ ଆକଳନ କରିଛୁ । ଏହାର ପ୍ରାକ୍ ସମୀକ୍ଷା ସହ ପ୍ରଭାବ ଆକଳନ କରାଯାଇଛି । ଏହା ଆମ ଯୁବପିଢ଼ିଙ୍କୁ ଯଥେଷ୍ଟ ଲାଭ ଦେବ । ଦେଶର ଅନ୍ୟ ଶିକ୍ଷା ସଂସ୍ଥା କ୍ଷତିଗ୍ରସ୍ତ ହେବେନି ବୋଲି ଶ୍ରୀ ଠାକୁର ସ୍ପଷ୍ଟ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons