ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ ବିଭାଗର ଦୁଇ କନିÂ ଆକାଉଣ୍ଟାଣ୍ଟଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ାଉ କରିଛି । ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ ଡିଏଫ୍ଓ କାର୍ଯ୍ୟାଳୟର କନିÂ ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଷୋୟୀଙ୍କ ଘରେ ଏବଂ ବ୍ରହ୍ମପୁର ଡିଏଫ୍ଓ କାର୍ଯ୍ୟାଳୟର କନିÂ ଆକାଉଣ୍ଟାଣ୍ଟ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଘରେ ଚଢ଼ାଉ ହୋଇଛି । ନବୀନ ଚନ୍ଦ୍ର ବିଷୋୟୀଙ୍କ ଘରୁ ୧.୧୧ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ବେଳେ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଘରୁ ୫୯.୭୦ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ଦୁଇଜଣଙ୍କ ଘରେ ଚଢ଼ାଉ ଜାରି ରହିଛି ଏବଂ ୮ଟି ଟିମ୍ ଚଢ଼ାଉରେ ସାମିଲ୍ ଥିବା କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ଅନିଲ କୁମାର ପାତ୍ର । ଉଭୟଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଚଢ଼ାଉ କରିଛି । ସମସ୍ତ ସମ୍ପତ୍ତିର ଆକଳନ ପରେ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଜଣାପଡିବ ବୋଲି କହିଛନ୍ତି ଭିଜିଲାନ୍ସ ଏଏସ୍ପି ଶାନ୍ତନୁ କୁମାର ପାଢ଼ୀ । ଭିଜିଲାନ୍ସ ଏସ୍ପି ଅନିଲ କୁମାର ପାତ୍ରଙ୍କ ନିଦେ୍ର୍ଧଶ ପ୍ରକାରେ ଏଏସ୍ପି ଶାନ୍ତନୁ କୁମାର ପାଢ଼ିଙ୍କ ନେତୃତ୍ୱରେ ୮ଟି ଟିମ୍ ଦୁଇଜଣ କନିÂ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ କରିଥିଲେ । ବାଲୁଗାଁ ଦୁଇଟି ଟିମ୍ ଯାଇଥିବା ବେଳେ ବ୍ରହ୍ମପୁରରେ ୬ଟି ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା । ବ୍ରହ୍ମପୁର ଭିଜିଲାନ୍ସ ମିଶ୍ କେସ୍ ନମ୍ବର ୪/୨୦୨୦ ଅନୁସାରେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଚିଲିକା ୱାଇଲ୍ଡ ଲାଇଫ୍ ଡିଏଫ୍ଓ କାର୍ଯ୍ୟାଳୟର କନିÂ ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଷୋୟୀଙ୍କ ଘରେ ଚଢ଼ାଉ ହୋଇଥିଲା । ବାଲୁଗାଁରେ ଥିବା ଅଫିସ କାର୍ଯ୍ୟାଳୟ, ବ୍ରହ୍ମପୁର ନୀଳାଚଳ ନଗର ୩ୟ ଲାଇନ୍ରେ ଥିବା ୩ମହଲ ବାସଭବନ, ଚିଲିକା ଫରେଷ୍ଟ ରେଷ୍ଟ ହାଉସ୍ରେ ଚଢ଼ାଉ ହୋଇଥିଲା । ବ୍ରହ୍ମପୁର ନୀଳାଚଳ ନଗରରେ ଥିବା ୩ମହଲା ଘରର ମୂଲ୍ୟ ୯୬, ୪୦, ୫୯୮ ଟଙ୍କା ରହିଛି । ୨୦୧୧ରେ ଏହି ଘର ନିର୍ମାଣ କରିଥିଲେ ନବୀନ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ବଡ଼ରଘୁନାଥପୁର ମୌଜାରେ ୨ଟି ପ୍ଲଟ୍ ଯାହାର ମୂଲ୍ୟ ୩୨ହଜାର ଟଙ୍କା, ୫, ୯୫, ୨୦୭ ଟଙ୍କାର ଘରକରଣା ସାମଗ୍ରୀ, ୯୦, ୫୦୦ଟଙ୍କାର ସୁନା ଓ ରୂପା ଅଳଙ୍କାର, ପରିବାରର ବିଭିନ୍ନ ସଦସ୍ୟଙ୍କ ନାମରେ ୫, ୧୦, ୩୯୯ ଟଙ୍କାର ବିିଭିନ୍ନ ବ୍ୟାଙ୍କ୍ରେ ଜମା, ନଗଦ ୧, ୪୧, ୧୭୨ ଟଙ୍କା, ୯୩ ହଜାର ଟଙ୍କା ମୂଲ୍ୟର ଦୁଇଟ ମୋଟର ସାଇକେଲ ଠାବ କରାଯାଇଛି । ଉପରୋକ୍ତ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧, ୧୧, ୦୨, ୮୭୬ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି । କନିÂ ଆକାଉଣ୍ଟାଣ୍ଟ ବିଷୋୟୀ ୧୯୭୯ରେ କନିÂ କିରାଣୀ ଭାବେ ନିଯୁକ୍ତି ପାଇଥିଲେ ।
ସେହିପରି ବ୍ରହ୍ମପୁର ଡିଏଫ୍ଓ କାର୍ଯ୍ୟାଳୟ କନିÂ ଆକାଉଣ୍ଟାଣ୍ଟ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଘରୁ ୫୯, ୭୦, ୯୯୩ ଟଙ୍କା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ବ୍ରହ୍ମପୁର କମାପଲ୍ଲୀ ନୃସିଂହ ମନ୍ଦିର ସାହିରେ ଥିବା ତିନିମହଲା କୋଠା, ଆଙ୍କୁଲି ମୌଜା ଜାତୀୟ ରାଜପଥ କଡ଼ରେ ଥିବା ଆଶିଆନା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍ ଓ ବ୍ରହ୍ମପୁର ଡିଏଫ୍ଓ କାର୍ଯ୍ୟାଳୟରେ ଥିବା ଅଫିସରେ ଚଢ଼ାଉ କରାଯାଇଥିଲା । କମାପଲ୍ଲୀ ନୃସିଂହ ମନ୍ଦିର ସାହିରେ ଥିବା ୩ମହଲା ଘରର ମୂଲ୍ୟ ୩୬, ୫୨, ୩୧୨ ଟଙ୍କା, ଆଶିଆନା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍ର ମୂଲ୍ୟ ୧୨, ୩୮, ୫୨୦ ଟଙ୍କା, ଆଙ୍କୁଲି ମୌଜାରେ ଗୋଟିଏ ଜମି ଯାହାର ମୂଲ୍ୟ ୧, ୪୭, ୬୮୩, ପଥରା ମୌଜାରେ ଗୋଟିଏ ପ୍ଲଟ୍ ଯାହାର ମୂଲ୍ୟ ୨, ୮୩, ୩୫୦ ଟଙ୍କା ହେବ । ସେହିପରି ଅସ୍ଥାବର ସମ୍ପତ୍ତି ମଧ୍ୟରେ ୨, ୮୭, ୮୫୦ ଟଙ୍କାର ଘରକରଣା, ୩, ୨୧, ୫୬୮ ଟଙ୍କାର ବିଭିନ୍ନ ବ୍ୟାଙ୍କ୍ରେ ଜମା ଓ ନଗଦ ୩୯, ୬୫୦ ଟଙ୍କା ଠାବ କରାଯାଇଛି । ତ୍ରିପାଠୀ ୧୯୯୩ରେ କନିÂ କିରାଣି ଭାବେ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ସେ ବ୍ରହ୍ମପୁର ଡିଏଫ୍ଓ ଅଫିସରେ କନିÂ ଆକାଉଣ୍ଟାଣ୍ଟ ଭାବେ କାମ କରୁୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons