ଆଳି,(ବି.ବି.ନୁ୍ୟଜ୍): ଇଟା ମାଫିଆଙ୍କ କବ୍ଚାରେ ଖେଳ ପଡ଼ିଆ । ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପାଟଣାରୁ । ଜଣେ ଇଟା ମାଫିଆ ପ୍ରାୟ ଦୁଇ ବର୍ଷ ହେବ ଖେଳ ପଡ଼ିଆରେ ବେଆଇନ୍ ଇଟାଭାଟି କରିବାରୁ ସ୍ଥାନୀୟ ଅଞ୍ଚଳର ଯୁବକମାନେ ସେଠାରେ ଖେଳି ପାରୁନାହାନ୍ତି । ବର୍ଷକ ତଳେ ୨ ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ଖେଳ ପଡ଼ିଆର ଉନ୍ନତିକରଣ କରାଯାଇଥିଲା । ହେଲେ ମାଫିଆ ଏହାକୁ କବ୍ଚାକୁ ନେଇ ପଡ଼ିଆର ବିଭିନ୍ନ ସ୍ଥାନକୁ ଉଦେ୍ଧଶ୍ୟମୂଳକ ଭାବେ ଗାତ ଖୋଳି ଦେଇଛନ୍ତି । ପ୍ରତିବାଦ କରିବାରୁ ସେମାନଙ୍କୁ ଧମକ ଚମକ ଦେଉଛନ୍ତି । ଏନେଇ ରାଜକନିକା ତହସିଲଦାର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଅଭିଯୋଗ କରିଛନ୍ତି । ତେବେ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାପଡ଼ାର ଉପଜିଲ୍ଲାପାଳ କହିଛନ୍ତି । ସ୍ଥାନୀୟ ବାସିନ୍ଦା


Comments are closed, but trackbacks and pingbacks are open.