ଇଡି ମାମଲା:ଗିରଫ ହୋଇପାରନ୍ତି କଂଗ୍ରେସ ନେତା ଶିବକୁମାର

Get real time updates directly on you device, subscribe now.

ନୂଆଦିଲ୍ଲୀ:କଂଗ୍ରେସର ବରିÂ ନେତା ପି ଚିଦାମ୍ବରମ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଏବେ ଆଉ କିଛି କଂଗ୍ରେସ ନେତା ସମାନ ଦଶା ଭୋଗିବାକୁ ଯାଉଛନ୍ତି । କର୍ଣ୍ଣାଟକ କଂଗ୍ରେସର ତୁଙ୍ଗ ନେତା ଭାବେ ବିବେଚନା କରାଯାଉଥିବା ଡି କେ ଶିବକୁମାରଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରିର ଖଣ୍ଡା ଝୁଲୁଛି । ତାଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ(ଇଡି) ଗିରଫ କରିପାରେ । ଗିରଫଦାରିକୁ ଏଡାଇବା ପାଇଁ ଶିବକୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଗତକାଲି ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହାପରେ ଇଡି ଦ୍ୱାରା ତାଙ୍କୁ ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ଜେରା ପାଇଁ ହାଜର ହେବାକୁ ସମନ ଜାରି କରାଯାଇଥିଲା । ଶିବକୁମାର ନୂଆଦିଲ୍ଲୀ ଅଭିମୁଖେ ଆଜି ଯାତ୍ରା କରିବା ପୂର୍ବରୁ ଗତକାଲିର ରାୟ ବିରୋଧରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବଶ୍ୟକ ପଡିଲେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।
ଶିବକୁମାର ମଧ୍ୟ ମିଡିଆକର୍ମୀଙ୍କୁ କହିଛନ୍ତି ରାଜନୈତିକ ଉଦେ୍ଧଶ୍ୟରେ ଏଭଳି ପଦକ୍ଷେପ ନିଆଯାଉଛି । ମୁଁ ଯାହା କିଛି କରିଛି, ମୋ ଦଳର ନିଦେ୍ର୍ଧଶରେ କରିଛି । ରାଜ୍ୟସଭା ନିର୍ବାଚନ ସମୟରେ ଗୁଜରାଟ କଂଗ୍ରେସର ବିଧାୟକମାନଙ୍କୁ ନିଜ ରିସୋର୍ଟରେ ରଖିଥିବାରୁ ରାଗ ରଖି ମୋର ବାସଭବନ ଓ ବ୍ୟବସାୟିକ ପ୍ରତିÂାନ ଉପରେ ଆୟକର ଚଢ଼ାଉ କରାଯାଇଥିଲା । ନିଜର ସମର୍ଥକଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ସେ କହିଛନ୍ତି କି କେହି ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ । ମୁଁ ତ ଚିନ୍ତିତ ନୁହେଁ । ମୁଁ ବେଆଇନ ଅର୍ଥ କାରବାର କରିନାହିଁ କି କାହାର ବଳାକ୍ରାର କରିନାହିଁ । ତେଣୁ କେହି ଏହି ଘଟଣାକୁ ନେଇ ଚିନ୍ତିତ ହେବା ଉଚିତ୍ ନୁହେଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons