ଇଣ୍ଡିଆନ୍ ଅଏଲ୍ର ସ୍ୱଚ୍ଛତାପକ୍ଷ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସ୍ୱଚ୍ଛତାପକ୍ଷ ଉପଲକ୍ଷେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ୍ପକ୍ଷରୁପୁରୀ ବଡ଼ଦାଣ୍ଡରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ଅବସରରେ ଇଣ୍ଡିଆନ ଅଏଲପକ୍ଷରୁ ଗୁଣ୍ଡିଚା ମନ୍ଦିର, ବଡ଼ଦାଣ୍ଡକୁ ସ୍ୱଚ୍ଛ ରଖିବାକୁପ୍ରୟାସ କରାଯାଇଥିଲା । ଇଣ୍ଡିଆନ ଅଏଲ ମହାପ୍ରବନ୍ଧକ (ଏଚ୍ଆର୍-ସିଏସ୍ଆର୍) ଦେବୀପ୍ରସାଦ ଶତପଥୀଙ୍କ ସମେତ ତୈଳ ଉଦ୍ୟୋଗର ଅନ୍ୟ ବରିଷ୍ଠ ଅଫିସରପ୍ରାୟ ୩ ଘଣ୍ଟାର ସ୍ୱଚ୍ଛତା କାର୍ଯ୍ୟକ୍ରମ ଚଳାଇଥିଲେ ।ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ଇଣ୍ଡିଆନ ଅଏଲ୍ର ଏହି ଅଭିନବପ୍ରୟାସକୁ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଉଚ୍ଚପ୍ରଂଶସା କରିଥିଲେ । ଶ୍ରୀ ଶତପଥୀ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିବା ତୈଳ ଉଦ୍ୟୋଗର ସମସ୍ତ ଡିଲର, ବିତରକଙ୍କ ସମେତ ୨୦୦ ସ୍ୱେଚ୍ଛାସେବୀଙ୍କୁ ଏକ ସ୍ୱଚ୍ଛପରିବେଶର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons