ଇନେ୍ଦାର ଏସପି, ଏସଡିଏମଙ୍କ ବଦଳି

Get real time updates directly on you device, subscribe now.

ଭୋପାଳ: କଂଗ୍ରେସ ଦଳର କିଛି ନେତାଙ୍କ ସାମ୍ନାରେ ଆଣ୍ଠେଇ ଏବଂ ହାତ ଯୋଡ଼ି ପ୍ରାର୍ଥନା କରିଥିବାରୁ ମଧ୍ୟପ୍ରଦେଶ ସରକାର ଇନେ୍ଦାର ସହରର ଏସପି ଏବଂ ଏସଡିଏମଙ୍କ ବଦଳି କରିଛନ୍ତି । ଉଭୟଙ୍କୁ ଭୋପାଳକୁ ବଦଳି କରାଯାଇଛି । ଇନେ୍ଦାର ସହରର ସବ-ଡିଭିଜନାଲ ମାଜିଷ୍ଟେ୍ରଟ୍ ରାକେଶ ଶର୍ମା ଏବଂ ସିଟି ଏସପି ଡି କେ ତିୱାରୀ କଂଗ୍ରେସ ଦଳର ନେତାଙ୍କ ଆଗରେ ଆଣ୍ଠେଇବାର ଭିଡିଓ ଶନିବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ଏହାର ନିନ୍ଦା କରିବା ସହିତ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି କରିଥିଲା । ଏହାପରେ ରାଜ୍ୟର ବିଜେପି ସରକାର ଉପରୋକ୍ତ କାର୍ଯ୍ୟାନୁÂାନ ଗ୍ରହଣ କରିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଶନିବାର ରାଜବଡା ଅଞ୍ଚଳରେ ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଜିତୁ ତିୱାରୀ, ଦଳର ଦୁଇ ଜଣ ବିଧାୟକ ଏବଂ ଅନ୍ୟ କିଛି ନେତା କରୋନା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରି ଧାରଣା ଦେଉଥିଲେ । ଏହି ସମୟରେ ଦୁଇ ଅଧିକାରୀ ସେଠାରେ ପହଞ୍ଚô ସେମାନଙ୍କୁ ଧାରଣାରୁ ନିବୃତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ସେମାନେ କଂଗ୍ରେସ ନେତାମାନଙ୍କ ଆଗରେ ଆଣ୍ଠେଇକରି ଏବଂ ହାତ ଯୋଡ଼ି ସେମାନଙ୍କୁ ନିଜର ଆନେ୍ଦାଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons