ଇନ୍ଦିରା ଗାନ୍ଧୀ:୧୪ ଘରୋଇ ବ୍ୟାଙ୍କକୁ ରାଷ୍ଟ୍ରାୟତ୍ତ କରିବା ପାଇଁ ନିଜ ନିଷ୍ପତ୍ତିକୁ ନ୍ୟାୟୋଚିତ ବୋଲି ଦର୍ଶାଇବା ଲାଗି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କହିଥିଲେ ଯେ, ବ୍ୟାଙ୍କିଙ୍ଗ୍କୁ ଗ୍ରାମୀଣ କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚାଇବା ନିତାନ୍ତ ଜରୁରୀ । ଏଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ତେବେ ତାଙ୍କ ବିରୋଧରେ ସେତେବେଳେ ଅଭିଯୋଗ ଅଣାଯାଇଥିଲା ଯେ, ସେ ନିଜର ରାଜନୈତିିକ ଲାଭ ପାଇଁ ଏହି ପଦକ୍ଷେପ ନେଇଥିଲେ ।
ଲକ୍ଷ୍ମୀକାନ୍ତ ଝା:ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିର କାର୍ଯ୍ୟାନ୍ୱୟନରେ ଆର୍ବିଆଇର ତକ୍ରାଳୀନ ଗଭର୍ଣ୍ଣର ଲକ୍ଷ୍ମୀକାନ୍ତ ଝା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ବିଡ଼ମ୍ବନା ଏହା ଥିଲା ଯେ, ଏହି ନିଷ୍ପତ୍ତି ବିରୋଧରେ ତାଙ୍କୁ ପୂର୍ବରୁ କିଛି କୁହାଯାଇ ନ ଥିଲା । ବହୁ ପରେ ତାଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଥିଲା ।
ଇନ୍ଦ୍ରପ୍ରସାଦ ଗୋର୍ଦ୍ଧନଭାଇ ପଟେଲ:ଲକ୍ଷ୍ମୀକାନ୍ତ ଝାଙ୍କ ଭଳି ଇନ୍ଦ୍ରପ୍ରସାଦ ଗୋର୍ଦ୍ଧନଭାଇ ପଟେଲଙ୍କୁ ବି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥିଲା । ତକ୍ରାଳୀନ ଅର୍ଥନୈତିକ ବ୍ୟାପାର ସଚିବ ପଟେଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଘୋଷଣାର ମାତ୍ର ୨୪ ଘଣ୍ଟା ପୂର୍ବରୁ ଏହାର ମସୁଧା ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା ।
ପରମେଶ୍ୱର ନାରାୟଣ ହକ୍ସର:ପ୍ରଧାନମନ୍ତ୍ରୀଙ୍କ ତକ୍ରାଳୀନ ପ୍ରଧାନ ସଚିବ ଘରୋଇ ବ୍ୟାଙ୍କଗୁଡିକର ରାଷ୍ଟ୍ରାୟତ୍ତୀକରଣ ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ଦାୟିତ୍ୱରେ ଥିଲେ ।
ଏ. ବକ୍ସି:ଆର୍ବିଆଇର ତକ୍ରାଳୀନ ଉପ-ଗଭର୍ଣ୍ଣର ଉକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ଥିଲେ, ଯିଏକି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ ପୂର୍ବରୁ ଜାଣିଥିଲେ ।
ଡି. ଏନ୍. ଘୋଷ:ଘୋଷ ନିଜ ଆତ୍ମକଥାରେ ଏହା ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ଉପ-ସଚିବ ଥିବା ସତ୍ତେ୍ୱ ସେ କେତେ ସକ୍ରିୟ ଥିଲେ ଏବଂ ଏହି ନିଷ୍ପତ୍ତିର କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଭରାହଗିରୀ ଭେଙ୍କଟ ଗିରୀ:ଭାରତର ତକ୍ରାଳୀନ ରାଷ୍ଟ୍ରପତି ଭି. ଭି. ଗିରି ଅଧ୍ୟାଦେଶ ଉପରେ ହସ୍ତାକ୍ଷର କରିଥିଲେ, ଯାହାର ଗୋଟିଏ ଦିନ ପରେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ନିଜ ପଦରୁ ଇସ୍ତଫା ଦେବାର ଥିଲା ।
ମୋରାଜୀ ଦେଶାଇ:ଘରୋଇ ବ୍ୟାଙ୍କଗୁଡିକର ରାଷ୍ଟ୍ରାୟତ୍ତୀକରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଉପରେ ଦେଶାଇ ଅସନ୍ତୁଷ୍ଟ ଥିଲେ । ନିଜର କ୍ରୋଧ ପ୍ରକାଶ କରି ସେ ନିଷ୍ପତ୍ତି ଘୋଷଣା ହେବାର ଗୋଟିଏ ସପ୍ତାହ ପୂର୍ବରୁ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
Comments are closed, but trackbacks and pingbacks are open.