
ରାଇଘର, (ଗଗନ ଗନ୍ତାୟତଙ୍କ ରିପୋର୍ଟ): ସ୍ଥାନୀୟ ପୋଲିସ ଷ୍ଟେଶନଠାରେ କୁନେ୍ଦଇ ପୋଲିସର ସଫଳତାକୁ ନେଇ ଉମରକୋଟ ଏସଡିପିଓ ଦିନେଶ କୁମାର ନାୟକଙ୍କ ପ୍ରେସମିଟ ହୋଇଥିଲା । ଗତ ୯ତାରିଖ ରାତିରେ କୁନେ୍ଦଇ ଥାନା ଅଧୀନରେ ଥିବା ପରତିପାରାଠାରେ ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିଲା । ଏହା ପରେ ଦୋକାନୀ ପ୍ରକାଶ ହାଲଦାର ୧୦ତାରିଖ ଦିନ କୁନେ୍ଦଇ ଥାନାରେ ଏକ ତେଲା ଦେଇଥିଲେ । ଏତଲା ପାଇବା ପେର ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା । ଆଜି ଉକ୍ତ କେସ୍ରେ ଜଡିତ ଆସାମୀ ୨ଜଣଙଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବା ନେଇ ଏସଡିପିଓ ଶ୍ରୀ ନାୟକ କହିଥିଲେ । ଆସାମୀମାନଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖର ମରକାମ କଣ୍ଡାଗାଁ ଜିଲ୍ଲା ବିଶ୍ରାମପୁରୀ ଥାନା କେରାଗାଁ ଗ୍ରାମର ହୋଇଥିବାବେଳ ଅନ୍ୟ ଜଣେ ପରମେଶ୍ୱର ପିସଦା ରାଜନନ୍ଦଗାଁ ଜିଲ୍ଲା କଣ୍ଡାଗାଁ ଥାନା କୁମାରୀ ଗ୍ରାମର । ଏହା ସହ ଉଭୟ ପେସାଦାର ଚୋର ବୋଲି ଜଣାପଡିଛି । ଗିରଫ କରିବା ସମୟରେ ଆସାମୀମାନଙ୍କଠାରୁ ୭ଟି ମୋବାଇଲ ସହ ଏକ ବାଇକ (ସିଜି୦୬ଜିକୁ୍ୟ ୯୪୭୪) ସିଜ କରିଛି । କେସ ନଂ ୩୧ ।୨୧ (ହୋଇଥିବାବେଳେ ଦଫା ୪୫୭/୩୮୦ ଆଇପିିସିରେ ରୁଜୁ କରାଯାଇଛି । ତଦନ୍ତକାରୀ ଅଫିସର କୁନେ୍ଦଇ ଥାନା ଭାରପ୍ରାପ୍ତ ଅଧିକାରୀ ଫକୀର ମୋହନ ଖରା ଥିବା ଏସଡିପିଓ କହିଥିଲେ । ଏହି ପ୍ରେସମିଟରେ କୁନେ୍ଦଇ ଥାନା ଓ ରାଇଘର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.