ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ସହରରେ ବି ହୋଲି ବେଳେ ଘଟିଛି ଅଘଟଣ । ସହର ନିକଟ ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ସ୍ଥାନୀୟ ଇଚ୍ଛାବତୀଗୁଡାର ଆଦିତ୍ୟ ନାୟକ (୨୨) । ମଙ୍ଗଳବାର ହୋଲି ଖେଳିବା ପରେ ୩ ଜଣ ସାଙ୍ଗ ସହ ମିଶି ଆଦିତ୍ୟ ଇନ୍ଦ୍ରାବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀର ଭଉଁରୀରେ ଫସି ଯାଇଥିଲେ । ଅନ୍ୟ ୨ ଜଣ ଯୁବକ କଳେବଳେ କୌଶଳେ କୂଳରେ ପହଞ୍ଚିଥିଲେ । କିନ୍ତୁ ଆଦିତ୍ୟ ନଦୀର ଗଭୀର ପାଣିରେ ବୁଡି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ଅଣ୍ଡରୱାଟର ବ୍ରିଦିଙ୍ଗ ଅପରେଟର ସେଟ୍ ସାହାଯ୍ୟରେ ୨୫ ଫୁଟ ଗଭୀରରୁ ଶବ ଉଦ୍ଧାର କରିଥିଲେ । ଏହି ଅପରେସନରେ ଅଗ୍ନିଶମ ବିଭାଗ ହାବିଲଦାର କମଳାକାନ୍ତ ଦାସ, ଭୁବୁନି ପାତ୍ର, ସୁନୀଲ ସାହୁ, ଭିକାରୀଚରଣ ସାହୁ, ଦିଲ୍ଲୀପ ଶବର, ମୋହନ ବେହେରା ଓ ଡାକ୍ତର ବାରିକ ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.