
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖଣ୍ଟି ବ୍ଲକରେ ୧୯୭୯ ମସିହାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଆରମ୍ଭ କରାଯାଇଥିଲା, ପ୍ରକଳ୍ପ ୨୦୦୧ ମସିହା କାର୍ୟ୍ୟକ୍ଷମ ହୋଇ ପ୍ରତିଦିନ ୬୦୦ ସହ ମେଗା ୱାଟ ବିଜୁଳି ଉତ୍ପାଦନ ହେଉଛି କିନ୍ତୁ ଏହି ପ୍ରକଳ୍ପ ଯୋଗୁଁ ଅବିଭକ୍ତ କୋରାପୁଟ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ୪୪ ଟି ଗ୍ରାମର ୬୧୩୩ ଟି ପରିବାର ବିସ୍ଥାପିତ ହୋଇଥିଲା ବେଳେ କେବଳ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ୧୮୭୧ ଟି ପରିବାର ନିଜ ବିସ୍ଥାପିତ ହୋଇଥିଲା। ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ୟ୍ୟକ୍ଷମ ହୋଇ କୋଡ଼ିଏ ବର୍ଷ ବିତିଗଲାଣି ପ୍ରତିଦିନ କୋଟି କୋଟି ଟଙ୍କା ଓ.ଏଚ.ପି.ସି. ରୋଜଗାର କରୁଛନ୍ତି କିନ୍ତୁ ବିସ୍ଥାପିତ ଙ୍କ କଥା ଭୁଲି ଯାଇଛନ୍ତି। ସେହି ସମୟରେ ବିସ୍ଥାପିତ ଙ୍କୁ ଅନେକ ସପ୍ନ ଦେଖାଇଥିଲେ କିନ୍ତୁ ବାସ୍ତବ ରେ ଲୋକଙ୍କୁ ଠକି ଦେଇଥିଲେ ସରକାର ଓ ପ୍ରଶାସନ ଆଜି ପର୍ୟ୍ୟନ୍ତ ବିସ୍ଥାପିତ ମାନେ ନିଜ ହକ ପାଇଁ ନାହାନ୍ତି।
ବିସ୍ଥାପିତ ମାନଙ୍କୁ ଥଇଥାନ କରିବା ଙ୍କୁ ବିଭିନ୍ନ ଯୋଜନା ରହିଛି କିନ୍ତୁ ଇନ୍ଦ୍ରାବତୀ ବିସ୍ଥାପିତ ଦୁଃଖ କହିଲେ ସରୁ ନାହି ସେ ଦିନର ର ସାହୁକାର ଆଜି ପର ଘରେ ମୂଲ ଲାଗି ନିଜ ପରିବାର ପ୍ରତି ପୋଷଣ କରୁଛନ୍ତି ତାଙ୍କ ପୁଅ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଫେରିଯିବାକୁ ମଧ୍ୟ ରାସ୍ତା ନାହି ନିଜର ଭିଟାମାଟି ଏବେ ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଲୀନ ହୋଇଯାଇଛି। ଶାଗ ମାଛ ମୂଳରେ ପ୍ରକଳ୍ପ ଜମି ଘର ନେଇଗଲେ ସେହି କ୍ଷତି ପୁରଣ ଟଙ୍କା ମଧ୍ୟ ବିସ୍ଥାପିତ ଙ୍କୁ ମିଳିନାହିଁ ତତ୍କାଳୀନ ସରକାରୀ ବାବୁ ମାନେ ଅଧରୁ ଅଧିକ ଟଙ୍କା ହଡ଼ପ କରି ନେଇଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବିସ୍ଥାପିତ ମାନେ ନିଜ ଅଧିକାରକୁ ନେଇ ଲଢେଇ ଜାରି ରଖିଛନ୍ତି ଧୀରେ ଧୀରେ ସଂଗଠିତ ହେଉଛନ୍ତି ଲଢେଇ ଜାରି ରଖିଛନ୍ତି ବିସ୍ଥାପିତ ମାନେ ଏକ ସଂଘ ଗଠନ କରି ଜିଲ୍ଲା ପ୍ରଶାସନ ଓ ସରକାର ସହ ବାରମ୍ବାର ଆଲୋଚନା କରୁଛନ୍ତି କିନ୍ତୁ ଆଜି ପର୍ୟ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଏଣୁ ବିସ୍ଥାପିତ ମାନେ ଦାବି କରିଛନ୍ତି ଇନ୍ଦ୍ରାବତୀ ଜଳ ଭଣ୍ଡାର ର ଦ୍ଵାର ଖୋଲିଦିଅ ପାଣି ଖାଲି କରିଦିଅ ଆମେ ଫେରିଯିବୁ ଆମ ମାଟିକୁ ଯେମିତି ବଞ୍ଚୁଥିଲୁ ସେମିତି ବଞ୍ଚିବୁ ନଚେତ୍ ଉପଯୁକ୍ତ କ୍ଷତି ପୁରଣ ଦିଆ ଯାଉ।ତେବେ ଦେଖିବାକୁ ବାକି ରହିଲା ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ନିଜ ଭିଟାମାଟି ଜୀବିକା ହରାଇ ଥିବା ବିସ୍ଥାପିତ ଙ୍କ ହକ, ଅଧିକାର କ୍ଷତିପୂରଣ କେବେ ମିଳୁଛି ଦୁଃଖ କେବେ ଦୂର ହେବ।ସର୍ବହରା କରିଦେଲା ଇନ୍ଦ୍ରାବତୀ ପ୍ରକଳ୍ପ ୧୭୫ ଏକର ରୁ ଉର୍ଦ୍ଧ ଜମିର ମାଲିକ ଏବେ ମୂଲିଆ। ଦିନେ ଯାହା ଘରେ ଶହ ଶହ ଶ୍ରମିକ କାମ କରୁଥିଲେ ବର୍ତ୍ତମାନ ସେ ନିଜେ ଅନ୍ୟ ଘରେ ମୂଲିଆ । ଏ ହେଉଛି ନବରଙ୍ଗପୁର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତ ଙ୍କ ଦୁଃଖ । ଏଭଳି ଜଣେ ବିସ୍ଥାପିତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ସହର ଫଟାଗୁଡାର ଗ୍ରାମର ବ୍ରଜ ସୁନ୍ଦର ବିଷୋୟୀ ।ଯେ ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ପାଇଁ ୧୭୫ ଏକର ଜମି ନିଜ ପୈତୃକ ସମ୍ପତ୍ତି ହରାଇ ସେ ବାବଦ କୁ ଉପଯୁକ୍ତ କ୍ଷତିପୂରଣ ନ ପାଇ ବର୍ତ୍ତମାନ ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ପୁଅ ମାନେ ବାହାର ରାଜ୍ୟ ରେ ଦାଦନ ଖଟିବାକୁ ଯାଇଛନ୍ତି ।
ଦେହରେ ପୁରୁଣା ବସ୍ତ୍ର ହାତରେ କଦାଳ ଧରି ଜମିରେ ଶ୍ରମିକ ସାଜି କାମ ତା ସହିତ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଚାଳ ଛପରର ଘର ଓ କାଠ ଚୁଲି ରେ ରୋଷେଇ କରିବାରେ ବ୍ୟସ୍ତ ଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଇନ୍ଦ୍ରାବତୀ ଜଣେ ବିସ୍ଥାପିତ । ନାମ ବ୍ରଜ ସୁନ୍ଦର ବିଷୋୟୀ । ବୟସ ୭୦ ବର୍ଷ ରୁ ଉର୍ଦ୍ଧ । ବୟସ ର ସାୟାହ୍ନ ରେ ନିଜ ସ୍ତ୍ରୀ ଙ୍କ ସହିତ ଶ୍ରମିକ ସାଜିଥିବା ବ୍ରଜ ଙ୍କଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ପୂର୍ବରୁ କିନ୍ତୁ ବାସ୍ତବ ସ୍ଥିତି ଥିଲା ଠିକ ଓଲଟା । ବ୍ରଜ ଙ୍କ ପୈତୃକ ସମ୍ପତ୍ତି ଥିଲା ୧୭୫ ଏକରରୁ ଉର୍ଦ୍ଧ ଜମି । ତେନ୍ତୁଳିଖୁଣ୍ଟି ବ୍ଲକ ମୁଣ୍ଡିଗୁମ୍ମା ଗ୍ରାମରେ ୯୩ଏକର, ମୁଣ୍ଡାଗୁଡା ରେ ୫ .୮୧ ଏକର ଓ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ର ଆମ୍ବଗୁଡା ଗ୍ରାମରେ ଥିଲା ୮୦ ଏକର ଜମି । ଦୈନିକ ଶହ ଶହ ଶ୍ରମିକ ଜମିରେ ମୂଲ ଲାଗୁଥିଲେ । ଧାନ ଚାଉଳ ରେ ଘର ଭରି ଉଠୁଥିଲା । ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ କିନ୍ତୁ ନିମିଶକ ମଧ୍ୟରେ ବଦଳାଇଦେଲା ବ୍ରଜ ଙ୍କ ପରିବାର ର ଚିତ୍ର । ଭାଗ୍ୟକାଶରେ ଘୋଟି ଆସିଥିଲା ଅଜଣା ଅନ୍ଧକାର । ସବୁ ହରାଇବା ପରେ ଚାଳ ଛପର ଦଦରା ଘର ପାଲଟିଛି ସାହା ଭରସା । ଦିନେ ଯାହାଙ୍କ ଘରେ ଧାନ ଚାଉଳ ରେ ପୁରି ଉଠୁଥିଲା ବର୍ତ୍ତମାନ ତାଙ୍କୁ ସରକାର ଙ୍କ ପ୍ରଦତ୍ତ ପିଡ଼ିଏସ ଚାଉଳ ପାଇଁ ଲଗାଇବାକୁ ପଡୁଛି ଲମ୍ବା ଲାଇନ । ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ଘୋଷଣା ପରେ ୧୯୮୬ ମସିହାରେ ଜମି ହରାଇଥିବାରୁ ମୁଣ୍ଡିଗୁମ୍ମା ଗ୍ରାମରେ ଥିବା ୯୩ . ୨୭ ଏକର ଜମି ଓ ମୁଣ୍ଡାଗୁଡା ରେ ଥିବା ୫.୮୧ ଏକର ଜମି ପାଇଁ ୧ ଲକ୍ଷ ୪୧ ହଜାର ୩୮୭ ଟଙ୍କା ୬୦ ପଇସା । ଏହାସହ ଆମ୍ବଗୁଡା ଗ୍ରାମରେ ଥିବା ୮୦ ଏକର ଜମି ପାଇଁ ୬୪ ହଜାର ୮୬୧ ଟଙ୍କା ୮୦ ପଇସା କ୍ଷତିପୂରଣ ମିଳିଥିବା ବ୍ରଜ କହିଛନ୍ତି । କିନ୍ତୁ ଆମ୍ବଗୁଡା ରେ ବିଷୋୟୀ ପରିବାର ର ୨୧ ଏକର ଜମି ଅଧିଗ୍ରହଣ କରାଯାଇ ସେ ବାବଦ କୁ ୬୪ ହଜାର ୮୬୧ ଟଙ୍କା ୮୦ ପଇସା ପ୍ରଦାନ କରାଯାଇଥିବା ରେକର୍ଡ ରେ ଦର୍ଶାଯାଇଛି । ତେବେ ୧୭୫ ଏକର ଜମି ହରାଇ ପ୍ରତିବଦଳରେ ପାଇଥିବା ଏହି କ୍ଷତିପୂରଣ ଟଙ୍କା ଯାହା ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ ଥିଲା ବୋଲି ବ୍ରଜ କହିଛନ୍ତି । ଏହାସହ ସ୍ଥାନନ୍ତର ହୋଇଥିବା ଫଟାଗୁଡା ଗ୍ରାମରେ ଘର କରିବା ଓ ଜମି କିଛି ଅର୍ଥ ପ୍ରଦାନ କରାଯାଇଥିବା ବ୍ରଜ ପ୍ରକାଶ କରିଛନ୍ତି । ଇନ୍ଦ୍ରାବତୀ ପ୍ରକଳ୍ପ ସର୍ବହରା କରିଦେଇଥିବା ବ୍ରଜ ଅଭିଯୋଗ କରିଛନ୍ତି। ନିଜେ ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବା ବୟସର ଅପରାହ୍ନରେ ପେଟ ପାଇଁ ଦାନା ଯୋଗାଡିବାରେ ବ୍ୟସ୍ତ ଥିବା ବେଳେ ପୁଅ ମାନେ ବାହାର ରାଜ୍ୟ ଦାଦନ ଖଟିବାକୁ ଯାଇଥିବା ପ୍ରକାଶ କରିଛନ୍ତି ବ୍ରଜ । ବିସ୍ଥାପିତ ପରିବାର ଙ୍କୁ ଉପଯୁକ୍ତ ଥଇଥାନ ଓ ଅନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ପାଇଁ ସରକାର ପ୍ରତିଶୃତି ଦେଇଥିବା ବେଳେ କିନ୍ତୁ ଆଜି ସୁଦ୍ଧା କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି ବ୍ରଜ । ବହୁତ ଦାବି ଓ ଆନ୍ଦୋଳନ ପରେ ଗତବର୍ଷ ସରକାର ଙ୍କ ତରଫରୁ ରାଶନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିବା ବ୍ରଜ କହିଛନ୍ତି । ସରକାର ଙ୍କ ପ୍ରତିଶ୍ରୁତି ରେ ବିଶ୍ୱାସ କରି ସକଳ ସମ୍ପତ୍ତି ତ୍ୟାଗ କରି ଫଟାଗୁଡା କୁ ଆସିଥିବା ବେଳେ କିନ୍ତୁ ପ୍ରକଳ୍ପ ନିର୍ମାଣ ସମୟରେ ସରକାର ଦେଇଥିବା ନିଜ ପ୍ରତିଶ୍ରୁତି ପାଳନ କରିନଥିବା କ୍ଷୋଭ ର ସହ ପ୍ରକାଶ କରିଛନ୍ତି ବ୍ରଜ ।ବିସ୍ଥାପିତ ପରିବାର ଙ୍କୁ ସରକାର ଉପଯୁକ୍ତ ଥଇଥାନ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା କହି ପ୍ରାୟ ୪୦ ବର୍ଷ ପ୍ରତିଶୃତି ପାଳନ କରିନଥିବାରୁ ବିସ୍ଥାପିତ ପରିବାର ର ଏଭଳି ହୋଇଥିବା ବୁଡି ଅଞ୍ଚଳ ବିକାଶ ପରିଷଦ ତରଫରୁ ଅଭିଯୋଗ ହୋଇଛି । ଯଦି ଆଗାମୀ ଦିନରେ ଯଥାଶୀଘ୍ର ସରକାର ବିସ୍ଥାପିତ ଙ୍କ ନିଜ ଦେଇଥିବା ପ୍ରତିଶୃତି ପାଳନ ନିମନ୍ତେ ପଦକ୍ଷେପ ନ ନିଅନ୍ତି ତେବେ ବିସ୍ଥାପିତ ପରିବାର ଲୋକେ ନଦୀ ରେ ଡେଇଁବେ ବୋଲି ଧମକ ଦେଇଛନ୍ତି । ଅପରପକ୍ଷରେ ବ୍ରଜ ଙ୍କ ସମସ୍ୟା ବିଷୟରେ ଅବଗତ ନ ଥିଲେ ବର୍ତ୍ତମାନ ଅବଗତ ହେଲେ ଆଗାମୀ ଦିନରେ ଖୁବ ଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।ତେବେ ଦେଖିବାକୁ ବାକି ରହିଲା କେବେ ଦୂର ହେବ ବ୍ରଜ ଙ୍କ ଦୁଃଖ କେବେ ହସି ଉଠିବ ବସ୍ଥାପିତ ପରିବାର ।
Comments are closed, but trackbacks and pingbacks are open.